ଜୟପୁରରେ ଲଗାମହୀନ ତେଲ ଦର: ପେଟ୍ରୋଲ ଲିଟର ପିଛା ୯୦ ଓ ଡିଜେଲ ୮୬ ଟଙ୍କା

ପେଟ୍ରୋଲ୍‌ ପୁଣି ୧୦୦ ଟପିଲା

Sambad

ଜୟପୁର: ଗତ କିଛିଦିନ ଧରି ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଏପଟେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଅତିଷ୍ଟ ହେଲେଣି ଖାଉଟି। କୋରାପୁଟ ଜିଲ୍ଲାର ଜୟପୁର ସହରରେ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ଟପି ନୂଆ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ପାୱର ପେଟ୍ରୋଲ ବି ୯୪ଟଙ୍କା ଟପିଛି। କେ‌ବଳ ପେଟ୍ରୋଲ ନୁହେଁ ଡିଜେଲି ଦର ବି ଲିଟର ପିଛା ୮୬ଟଙ୍କା ଟପି ନୂଆ ରେକର୍ଡ କରିଛି। ଗତ ଡିସେମ୍ବର ୮ତାରିଖରୁ ଜାନୁଆରି ୫ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ ୮୮.୪୩ଟଙ୍କା, ପାୱର ପେଟ୍ରୋଲ ୯୨.୬୬ଟଙ୍କା ଓ ଡିଜେଲ ୮୪.୪୩ଟଙ୍କା ରହିଥିଲା। ତେବେ ୬ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ୭ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି।

ଗତ ୨୨ତାରିଖରୁ ‌ପେଟ୍ରୋଲ ୯୦.୪୯ଟଙ୍କା, ପାୱର ପେଟ୍ରୋଲ ୯୪.୨୨ଟଙ୍କା ଓ ଡିଜେଲ ୮୬.୬୭ଟଙ୍କାରେ ବିକ୍ରୀ ହେଉଛି। ଗତ ୪ଦିନ ଦିନ ହେବ ଯଦିଓ ଦର ବୃଦ୍ଧି ହୋଇନଥିଲେ ହେଁ ଗତ ସପ୍ତାହକ ମଧ୍ୟରେ ଏହି ରେକର୍ଡ ସ୍ଥାପନ ହୋଇଛି। କରୋନା ମହାମାରୀ ସମୟରେ ଶେଷଥର ପାଇଁ ୨୦୨୦ମାର୍ଚ୍ଚ ୧୭ରୁ ଜୁନ୍ ୬ ମଧ୍ୟରେ କ୍ରମାଗତ ଭାବେ ୫୨ଦିନ ଧରି ଦେଶରେ ତୈଳ ଦର ଅପରିବର୍ତ୍ତିତ ରହିଥିଲା। ସଂପ୍ରତି ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦୈନିକ ତୈଳ ଦର ମୂଲ୍ୟ ସଂଶୋଧନ କରାଯାଉଥିବା କୁହାଯାଇଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଏକ ଟଙ୍କାରୁ ୨ଟଙ୍କା ପର୍ଯ୍ୟନ୍ତ ଅଧିକା ରହୁଥିବାରୁ ସେଠାରୁ ଆସୁଥିବା ବସ୍, ଟ୍ରକ୍, କାର୍ ଆଦି ଏଠାକାର ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ଭରୁଥିବା ଦେଖିବାକୁ ମିଳିଛି। ତେଲ ଦର ବୃଦ୍ଧି ଯୋଗୁଁ ଏବେ ମାଲପରିବହନ ଗାଡ଼ି ଓ ଯାତ୍ରୀ ପରିବହନ କରୁଥିବା ଗାଡ଼ି ଗୁଡିକ ଭଡ଼ା ବୃଦ୍ଧି କରିବାକୁ ଯୋଜନା କରିବା ସହ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ପ‌େଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସିଧାସଳଖ ଭାବେ ବଜାର ଉପରେ ପଡ଼ୁଥିବାରୁ ଆଗାମୀ ଦିନରେ ବିଭିନ୍ନ ଦୈନନ୍ଦିନ ସାମଗ୍ରୀର ଦର ବୃଦ୍ଧିର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ, ବ୍ୟବସାୟୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe