ଛତିଶଗଡ଼, ଆନ୍ଧ୍ରକୁ ବେଧଡ଼କ ବାଲି ଚାଲାଣ: ଜଣେ ଅଧିକାରୀରେ ଖଣି କାର୍ଯ୍ୟାଳୟ

Advertisment

ଜିଲ୍ଲାରେ ରହିଛି ୧୭ ବାଲିଘାଟ, ୨୦ ପଥର ଖଣି ଓ ୪ଟି ମୋରମ ଖାଦାନ। ଦିନ ରାତି ଏହି ସବୁ ଖାଦାନରୁ ଚୋରି ହେଉଛି ଲଘୁ ଖଣିଜ ସମ୍ପଦ। ଚୋରି ‌ରୋକିବାକୁ ଥିବା ଜିଲ୍ଲା ଖଣି କାର୍ଯ୍ୟାଳୟ ଜଣେ କର୍ମଚାରୀରେ ଚାଲିଥିବାରୁ ବେଧଡ଼କ ମାଫିଆ...

ଜିଲ୍ଲାରେ ରହିଛି ୧୭ ବାଲିଘାଟ, ୨୦ ପଥର ଖଣି ଓ ୪ଟି ମୋରମ ଖାଦାନ। ଦିନ ରାତି ଏହି ସବୁ ଖାଦାନରୁ ଚୋରି ହେଉଛି ଲଘୁ ଖଣିଜ ସମ୍ପଦ। ଚୋରି ‌ରୋକିବାକୁ ଥିବା ଜିଲ୍ଲା ଖଣି କାର୍ଯ୍ୟାଳୟ ଜଣେ କର୍ମଚାରୀରେ ଚାଲିଥିବାରୁ ବେଧଡ଼କ ମାଫିଆ...

sdsdzsd

ମାଲକାନଗିରି: ଜିଲ୍ଲାରେ ରହିଛି ୧୭ ବାଲିଘାଟ, ୨୦ ପଥର ଖଣି ଓ ୪ଟି ମୋରମ ଖାଦାନ। ଦିନ ରାତି ଏହି ସବୁ ଖାଦାନରୁ ଚୋରି ହେଉଛି ଲଘୁ ଖଣିଜ ସମ୍ପଦ। ଚୋରି ‌ରୋକିବାକୁ ଥିବା ଜିଲ୍ଲା ଖଣି କାର୍ଯ୍ୟାଳୟ ଜଣେ କର୍ମଚାରୀରେ ଚାଲିଥିବାରୁ ବେଧଡ଼କ ମାଫିଆ ଛତିଶଗଡ଼ ସମେତ ଆନ୍ଧ୍ରକୁ ଚୋରି କରି ନେଉଛନ୍ତି ବାଲି, ପଥର। ଗଳାବାଟ ଦେଇ ମାଫିଆ ଖସି ଯାଉଥିବାରୁ ଟେର୍ ପାଇପାରୁନି ବିଭାଗ। 

ଜିଲ୍ଲା ଖଣି କାର୍ଯ୍ୟାଳୟରେ ୩ କନିଷ୍ଠ ଖଣି ଅଧିକାରୀ ପଦବି ଖାଲି ପଡ଼ିଛି। ଫଳରେ ୭ ବ୍ଲକ୍ ଅଞ୍ଚଳରେ ଥିବା ଖଣି ଖାଦାନକୁ ବୁଲି ଦେଖିବା ଏବଂ ଚୋରି ରୋକିବା ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ଖଣି ଅଧିକାରୀ ସତ୍ୟନ୍ଦ୍ର ସର୍ଦ୍ଦାର। ତଥାପି ୨୦୨୪-୨୫ ଆର୍ଥିକ ବର୍ଷରେ ବିଭାଗ ଚୋରା ଚାଲାଣ ବାବଦରେ ୨୪ ଲକ୍ଷ ୯୯ ହଜାର ୭୭୫ ଟଙ୍କା ଜରିମାନା ଆଦାୟ କରିଛି। ବାଲି ଚୋରା ଚାଲାଣ ବାବଦରେ ୨୨ ଲକ୍ଷ ୮୮ ହଜାର ୬୦୨ ଟଙ୍କା, ପଥର ବାବଦରେ ୬୦ ହଜାର, ମୋରମ ବାବଦରେ ୧ ଲକ୍ଷ ୫୧ ହଜାର ୧୭୩ ଟଙ୍କା ଆଦାୟ ହୋଇଛି। ଚୁକ୍ତିନାମାକୁ ଖିଲାପ କରି ବାଲି ଉତ୍ତୋଳନ କରିଥିବାରୁ ଦୁଇଟି ବାଲିଘାଟକୁ କଳା ତାଲିକା ଭୁକ୍ତ କରାଯାଇଛି।

ବର୍ତ୍ତମାନ ଜିଲ୍ଲାରେ କାଲିମେଳା ବ୍ଲକର ତାମନପାଲୀ, ଗିରକାନପାଲୀ, ମୋଟୁ ଅଞ୍ଚଳରେ ଉସକାଲବାଗ, ଖଇରପୁଟ ବ୍ଲକର ଶିଖପାଲି,  କମଳାପଦର, ଗୋବିନ୍ଦପାଲୀ, ଚିତ୍ରକୋଣ୍ଡା ବ୍ଲକର ଓର୍କେଲ, କୁଡୁମୁଲୁଗୁମ୍ମାର ଚିତାପାରି, ଗୋଟିଗୁଡ଼ା, ମାଲକାନଗିରି ବ୍ଲକର ଚିଡୁପାଲୀ, ପୁଲିମେଟଲା, କୋଡେଲ୍‌ମେଟଲା, ମାଥିଲି ବ୍ଲକର ମେକା, ଗାଙ୍ଗରାଜଗୁମ୍ମା, ମାଳିଗୁଡ଼ା, ଖଇରପାଲୀ, ଚାଉଳମେନ୍ଦି ବାଲିଘାଟ କାର୍ଯ୍ୟକ୍ଷମ ଅଛି। ତେବେ ଚୁକ୍ତି ଅନୁଯାୟୀ ନା ଆବଶ୍ୟକତାଠାରୁ ଅଧିକ ପରିମାଣର ବାଲି ଏହି ସବୁ ଘାଟର ଉତ୍ତୋଳନ ହେଉଛି ତାହାର ତଦନ୍ତ ହେବା ଆବଶ୍ୟକ ରହିଛି। ପୂର୍ବରୁ ରାଜସ୍ବ ବିଭାଗ ବେଆଇନ ବାଲି ଓ ପଥର ଚାଲାଣ ରୋକିବା ଦିଗରେ କାର୍ଯ୍ୟ କରୁଥିଲା। ଗତ ଦଇ ବର୍ଷ ହେଲା ଖଣି ବିଭାଗକୁ ହସ୍ତାନ୍ତର ଏହା ହସ୍ତାନ୍ତର ହୋଇଛି। ତେବେ କର୍ମଚାରୀ ସଙ୍କଟରେ ଖଣି କାର୍ଯ୍ୟାଳୟ ଘାଣ୍ଟି ହେଉଥିବାରୁ ଚୋରି ରୋକିପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe