ମୋଦୀଙ୍କ ନେତୃତ୍ବରେ ଓଡ଼ିଶାରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଉଛି : ଧର୍ମେନ୍ଦ୍ର

ନିରପେକ୍ଷ କହିଲେ ହେବନାହିଁ, କାମରେ ଦେଖାଇବାକୁ ହେବ : ଧର୍ମେନ୍ଦ୍ର

The Indian Express

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଓଡ଼ିଶାରେ ମେଡିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରଧାନ୍ୟ ଦିଆଯାଉଛି। ଜନଜାତି ଅଞ୍ଚଳରେ ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଓ କଳାହାଣ୍ଡିରେ ମେଡିକାଲ କଲେଜର କାମ ଜାରି ରହିଛି। ଏନ୍‌ଟିପିସି ସହାୟତାରେ ସୁନ୍ଦରଗଡ଼ ଓ ଏମ୍‌ସିଏଲ ଦ୍ବାରା ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ଏହାସହ କଟକ, ସମ୍ବଲପୁର, ବ୍ରହ୍ମପୁରରେ ପିଜି ସିଟ୍ ସଂଖ୍ୟା ବୃଦ୍ଧି ସହ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ସରକାର ମୁକ୍ତ ହସ୍ତରେ ରାଜ୍ୟକୁ ସହଯୋଗ କରୁଛନ୍ତି। ଏସବୁ ପଦକ୍ଷେପ ଫଳରେ ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥା ଅଧିକ ସୁଦୃଢ଼ ହେଉଛି। ମୋଦୀ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ନୀତି କାରଣରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ହେଉଛି।

ତାଳଚେରରେ ୪୯୨ କୋଟି ବ୍ୟୟରେ ମହାନଦୀ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ ସ୍ଥାପନ କରାଯାଇଛି। ମେଡିକାଲ କଲେଜ ପାଇଁ ସମସ୍ତ ଖର୍ଚ ବହନ କରିବା ତଥା ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ପାଇଁ ବ୍ୟବସ୍ଥା କରିବା ପାଇଁ ଏମ୍‌ସିଏଲ୍‌ ସ୍ବୀକୃତି ଦେଇଛି। ସୁନ୍ଦରଗଡ଼ରେ ଏନ୍‌ଟିପିସି ଦ୍ବାରା ମେଡିକାଲ କଲେଜ ଓ ରାଉରକେଲାଠାରେ ସେଲ୍‌ ଦ୍ବାରା ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏମ୍‌ସିଏଲ୍‌ କୋଭିଡ ସମୟରେ ଭୁବନେଶ୍ବର, ତାଳଚେର, ସମ୍ବଲପୁର, ବସୁନ୍ଧରା, ସୁନ୍ଦରଗଡ଼ରେ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ କରି ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇବାର ଦାୟିତ୍ବ ନେଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe