ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ଖାଇବା ସମୟରେ ହୋଟେଲ୍‌ରୁ ଫେରାର୍‌

Advertisment
ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ଖାଇବା ସମୟରେ ହୋଟେଲ୍‌ରୁ ଫେରାର୍‌

ଯାଜପୁର: କୋରେଇ ବ୍ଲକ୍‌ ରଗଡ଼ିସ୍ଥିତ ଯାଜପୁରରୋଡ ଉପକାରାଗାରରୁ ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ହୋଟେଲ୍‌ରେ ଖାଇବା ସମୟରେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ପୁଲିସ ଠାବ କରିପାରି ନାହିଁ। ପୁଲିସ ଆଗରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଫେରାର ଯୁବକ ହେଲା ପ୍ରତାପ ସିଂ।

ସୂଚନା ଅନୁଯାୟୀ ପାଣିକୋଇଲି ଥାନା ଜହ୍ନା ଅଞ୍ଚଳର ପ୍ରତାପ ସିଂ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ନଗ୍ନ ଫଟୋ ଭାଇରାଲ ଅଭିଯୋଗରେ ରଗଡି ଜେଲରେ ବିଚରାଧୀନ କଏଦୀ ଥିଲା। ଶନିବାର ଦିନ ଜେଲ କର୍ମଚାରୀ ଓ ସ୍ଥାନୀୟ ପୁଲିସ ଯାଜପୁରରୋଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପ୍ରତାପଙ୍କୁ ଆଣିଥିଲେ। ଚିକିତ୍ସା ପରେ ଫେରିବା ବାଟରେ ପୁଲିସ ଓ ଅଭିଯୁକ୍ତ ତେନ୍ତୁଲିଖୁଣ୍ଟା ଛକ ନିକଟ ଏକ ହୋଟେଲରେ ଖାଇବା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ। ଏହି ସମୟରେ ପୂର୍ବରୁ ଯୋଜନା କରିଥିବା ପ୍ରତାପ ଫେରାର ହେଇଯାଇଥିଲା। ଏହି ଘଟଣାକୁ ନେଇ ରଗଡି ଜେଲ କର୍ତ୍ତୃପକ୍ଷ କୋରେଇ ଥାନାରେ ଏତଲା ଦେଇଥିଲେ। ସେପଟେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe