କୋରାପୁଟ: କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କ ଉନ୍ମୋକ୍ତ କାଣ୍ଡ। ପରିସରରେ ଥିବା ଗଛକୁ ଚଢିତଳକୁ ଡେଇପଡିବାରୁ ମୃତୁ ଘଟିଛି। ମୃତକ ଜଣକ ହେଲେ ଲଷ୍ମୀପୁର ବ୍ଲକ ଅଣାପଡ଼ ଗାଁ କେଶବ ମୁସ୍କା(୨୯)। ଉକ୍ତ ଯୁବକ ଜଣକ ଏକ ଜମିବାଡ଼ି ମାମଲାରେ ଜୁନ ୬ରେ ଗିରଫ ହୋଇ କୋରପୁଟ ମଣ୍ଡଳ କାରାଗାରକୁ ଆସିଥିଲେ। ମୁଣ୍ଡରେ ଶକ୍ତ ଆହତ ଲାଗିଥିବାବେଳେ କୋରାପୁଟ ଏସଏଲଏନ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ।
ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟେ ୩ଟା ବେଳେ କେଶବ ଗଛକୁ ଚଡି ଯାଇଥିଲେ। ଉପସ୍ଥିତଥିବା ସୁରକ୍ଷା କର୍ମୀ କିଛି ବୁଝିବା ଆଗରୁ ସେ ଡେଇଁ ପଡ଼ିଥିଲେ। ଗୁରୁତର ଭାବେ ତାଙ୍କୁ ଏସଏଲଏନ ମେଡିକାଲ କଲେଜକୁ ନିଆ ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏତେ ସୁରକ୍ଷା ବ୍ୟବସ୍ତା ମଧ୍ୟରେ କିପରି ଏପରି ହେଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏବେ ଯାଏଁ ଟାଉନ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।
Follow Us