ରାଜ୍ୟରେ ୭୮୫୩ ଅପହଞ୍ଚ ଗାଁ

Advertisment

ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଗାଁ କଲ୍ୟାଣ ସମିତିକୁ ଚିଠି

ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଗାଁ କଲ୍ୟାଣ ସମିତିକୁ ଚିଠି

ରାଜ୍ୟରେ ୭୮୫୩ ଅପହଞ୍ଚ ଗାଁ

Photo by : cloudfront.net

ଭୁବନେଶ୍ୱର : ରାଜ୍ୟରେ ୭୮୫୩ଟି ଗାଁ ଅପହଞ୍ଚ ହୋଇ ରହିଛି। ଏସବୁ ଗାଁରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ଘରୁ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବା ୧୦୮/୧୦୨ ଆମ୍ବୁଲାନ୍‌ସ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଏହି ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଯାତାୟତ ଖର୍ଚ ବାବଦରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ୧ହଜାର ଟଙ୍କା ପ୍ରଦାନ କରାଯିବ। ଗାଁ କଲ୍ୟାଣ ସମିତି ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୫/୧୬ ମସିହାରୁ ଶିଶୁ ଓ ମାତୃ ମୃତ୍ୟୁ ପୂର୍ଣ୍ଣ ନିରାକରଣ ଅଭିଯାନ ‘ସଂପୂର୍ଣ୍ଣା’ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଚଳିତବର୍ଷ ୭୮୫୩ଟି ଗାଁକୁ ଅପହଞ୍ଚଭାବେ ଚିହ୍ନଟ କରାଯାଇଛି। ତେଣୁ ଏସବୁ ଗାଁରୁ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରସବ ସହାୟତା ଯୋଗାଇ ଦେବାକୁ ଗାଁ କଲ୍ୟାଣ ସମିତିକୁ ଦାୟିତ୍ୱ ଦିଆଯାଇଛି।

ଏହି ଭିତ୍ତିରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗର୍ଭବତୀ ମହିଳାଙ୍କୁ ୧ହଜାର ଟଙ୍କାର ଅଗ୍ରୀମ ଅର୍ଥ ସମିତି ପାଣ୍ଠିରୁ ଦିଆଯିବ। ପରେ ସେ ଏହି ଅର୍ଥକୁ ଗାଁ କଲ୍ୟାଣ ସମିତିକୁ ଫେରସ୍ତ କରିବେ। ଡାକ୍ତରଖାନାରେ ପ୍ରସବ କରିଥିବା ମହିଳାଙ୍କୁ ଯାତାୟତ ଖର୍ଚ ଓ ଜନନୀ ସୁରକ୍ଷା ଯୋଜନା ଅଧୀନ ଆର୍ଥିକ ପ୍ରୋତ୍ସାହନ ରାଶି ଗର୍ଭବତୀ ମହିଳାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବାକୁ ବ୍ୟବସ୍ଥା କରାଯାଇଛି।

ଏହାସହ ଅପହଞ୍ଚ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସେମାନଙ୍କ ଘରଠାରୁ ସୁରକ୍ଷିତ ଭାବେ ୧୦୨/୧୦୮ ଆମ୍ବୁଲାନ୍‌ସ ରହିଥିବା ସ୍ଥାନ ଓ ଅନ୍ୟାନ୍ୟ ଗାଡ଼ି ପହଞ୍ଚି ପାରୁଥିବା ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଛି। ଗାଁ କଲ୍ୟାଣ ସମିତି ପକ୍ଷରୁ ଏହାର ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe