ଧରଣୀଧର ମହାବିଦ୍ୟାଳୟ; ୧୩ଟି ବିଷୟରେ​ ଖୋଲିଲା ସ୍ନାତକୋତ୍ତର

Advertisment
ଧରଣୀଧର ମହାବିଦ୍ୟାଳୟ; ୧୩ଟି ବିଷୟରେ​ ଖୋଲିଲା ସ୍ନାତକୋତ୍ତର

Facebook

କେନ୍ଦୁଝର : କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ଟି ବିଷୟରେ ସ୍ନାତକୋତ୍ତର ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି। ସବୁ ବିଭାଗରେ ୧୬ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ।

ସେହିପରି ଭୂତତ୍ତ୍ୱବିଜ୍ଞାନ ସ୍ନାତକୋତ୍ତରରେ ୮ଟି ସିଟ୍‌ ବୃଦ୍ଧି କରାଯାଇ ୧୬ଟି ସିଟ୍‌ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ଓଡ଼ିଆ, ଇଂରାଜୀ, ନୃତତ୍ତ୍ବ, ସମାଜତତ୍ତ୍ୱ, ଶିକ୍ଷା, ଇତିହାସ, ଅର୍ଥନୀତି, ସଂସ୍କୃତ, ଗଣିତ, ପଦାର୍ଥବିଜ୍ଞାନ, ପ୍ରାଣୀବିଜ୍ଞାନ ଏବଂ ଉଦ୍ଭିଦବିଜ୍ଞାନରେ ୧୬ଟି ସିଟ୍‌ରେ ନାମଲେଖା ପାଇଁ ଅନୁମତି ମିଳିଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନେ ଏଥିରେ ନାମଲେଖାଇବାର ସୁଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe