Coal mine collapse: ହାଣ୍ଡିଧୁଆ ଭୂତଳ କୋଇଲା ଖଣି ଧସିବା ଘଟଣା: ୩୪ ବର୍ଷରେ ମାତ୍ର ୭୫% ବାଲି ଭର୍ତ୍ତି

Advertisment

ଭୂତଳ କୋଇଲା ଖଣିରେ ବାଲି ଭର୍ତ୍ତି ନେଇ ଖଣି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବାରୁ ତାଳଚେରରେ ବାରମ୍ବାର ମାଟି ଧସୁଛି। ୧୯୨୧ ମସିହାରେ ଆରମ୍ଭ ହୋଇଥି‌ବା ସର୍ବପୁରାତନ ଭୂଗର୍ଭ କୋଇଲା ଖଣି ହାଣ୍ଡିଧୁଆରୁ ୧୯୯୧ ମସିହାରେ କୋଇଲା ଖନନ ପ୍ରକ୍ରିୟା ଶେଷ ହୋଇଥିଲା।

ଭୂତଳ କୋଇଲା ଖଣିରେ ବାଲି ଭର୍ତ୍ତି ନେଇ ଖଣି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବାରୁ ତାଳଚେରରେ ବାରମ୍ବାର ମାଟି ଧସୁଛି। ୧୯୨୧ ମସିହାରେ ଆରମ୍ଭ ହୋଇଥି‌ବା ସର୍ବପୁରାତନ ଭୂଗର୍ଭ କୋଇଲା ଖଣି ହାଣ୍ଡିଧୁଆରୁ ୧୯୯୧ ମସିହାରେ କୋଇଲା ଖନନ ପ୍ରକ୍ରିୟା ଶେଷ ହୋଇଥିଲା।

fshfhhfsvxbvb

ତାଳଚେର: ଭୂତଳ କୋଇଲା ଖଣିରେ ବାଲି ଭର୍ତ୍ତି ନେଇ ଖଣି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବାରୁ ତାଳଚେରରେ ବାରମ୍ବାର ମାଟି ଧସୁଛି। ୧୯୨୧ ମସିହାରେ ଆରମ୍ଭ ହୋଇଥି‌ବା ସର୍ବପୁରାତନ ଭୂଗର୍ଭ କୋଇଲା ଖଣି ହାଣ୍ଡିଧୁଆରୁ ୧୯୯୧ ମସିହାରେ କୋଇଲା ଖନନ ପ୍ରକ୍ରିୟା ଶେଷ ହୋଇଥିଲା। ଏହାମଧ୍ୟରେ ୧୦୫ ବର୍ଷ ବିତିଗଲାଣି, ଅଥଚ ଆଜି ପର୍ଯ୍ୟନ୍ତ ଖୋଳା ହୋଇଥିବା ଖାଲି ସ୍ଥାନରେ ଠିକ୍ ଭାବରେ ବାଲି ଭର୍ତ୍ତି କରାଯାଇ ପାରିନାହିଁ। କୋଇଲା ଖନନ ଶେଷ ହେବାର ବର୍ଷେ ପରେ ବାଲି ଭର୍ତ୍ତି କାମ ଆ‌ରମ୍ଭ ହୋଇଥିଲା। ଭୂଗର୍ଭରୁ ମୋଟ୍‌ ୫ ଲକ୍ଷ ୮୫ ହଜାର କ୍ୟୁବିକ୍‌ ସେଣ୍ଟିମିଟର କୋଇଲା ଉତ୍ତୋଳନ କରାଯାଇଥିବା ବେଳେ ବିଗତ ୩୪ ବର୍ଷ ମଧ୍ୟରେ ମାତ୍ର ୪ ଲକ୍ଷ ୪୫ ହଜାର ୩ ଶହ ୧୯ କ୍ୟୁବିକ୍‌ ସେଣ୍ଟିମିଟର୍‌ ବାଲି ଭର୍ତ୍ତି ହୋଇଥିବା ଜଣାପଡ଼ିଛି। 

Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା

ବଳକା ରହିଥିବା ୧ ଲକ୍ଷ ୩୯ ହଜାର ୬୮୦ କ୍ୟୁବିକ୍‌ ସେଣ୍ଟିମିଟର ବାଲି ଭର୍ତ୍ତି ହେବାକୁ ଆହୁରି କେତେ ବର୍ଷ ଲାଗିବ ସେ ସଂପର୍କରେ ଖୋଦ୍‌ ଖଣି ସୁରକ୍ଷା ଅଧିକାରୀ ମଧ୍ୟ ଜାଣିନାହାନ୍ତି। ଭୂତଳ ଖଣିକୁ ବାଲି ଦ୍ବାରା ସମ୍ପୂର୍ଣ୍ଣ ଭରଣା କରିବା ଲାଗି ଅଗ୍ରାଧିକାର ଦିଆଯାଉଥିବା ଖଣି କର୍ତ୍ତୃପକ୍ଷ କହୁଛନ୍ତି। ହେଲେ କତିପୟ ଶ୍ରମିକଙ୍କୁ ନେଇ ବେଲ୍‌ଚା ମାଧ୍ୟମରେ ଖାଲିଥିବା ସ୍ଥାନକୁ ଯେଉଁଭଳି ବାଲିରେ ଭରଣା କରାଯାଉଛି ତାକୁ ଦେଖିଲେ ଆସନ୍ତା ପ୍ରାୟ ୫୦ ବର୍ଷ ପରେ ମଧ୍ୟ ଭୂଗର୍ଭ ଫମ୍ପା ସ୍ଥାନରେ ବାଲି ଭର୍ତ୍ତି ହୋଇପାରିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶଥାଉକି, ବାଲି ଭର୍ତ୍ତି ପାଇଁ ଖଣି କର୍ତ୍ତୃପକ୍ଷ ୧୯୯୨ ମସିହାରୁ ୨୦୪୨ ମସିହା ପର୍ଯ୍ୟନ୍ତ ୫୦ ବର୍ଷ ପାଇଁ ମଣ୍ଡାପାଳ ବାଲିଘାଟକୁ ଲିଜ୍‌ ନେଇଛନ୍ତି। ତେବେ ବାଲିଘାଟରୁ ପ୍ରତିମାସରେ ଶହଶହ ଟ୍ରିପ୍‌ ବାଲି ଉଠା ହେଉଥିବା ବେଳେ କିଭଳି ଭାବରେ ବାଲି ଭରଣା ହୋଇ ପାରୁନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।  

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏ ସଂପର୍କରେ ତାଳଚେର କ୍ଷେତ୍ରର ଖଣି ସୁରକ୍ଷା ଅଧିକାରୀ ଦେବେଶ ପଣ୍ଡା କହିଛନ୍ତି, ଭୂଗର୍ଭ କୋଇଲା ଖଣି ଖନନ ବେଳେ ଅନ୍ୟ ଏକ ସଂସ୍ଥା କାମ କରୁଥିଲା। ପରେ ଏମ୍‌ସିଏଲ୍‌ ଏହାର ଦାୟିତ୍ବ ନେଇଛି। କିଭଳି ଭାବେ ଏବଂ କେତେ ପରିମାଣରେ ବାଲି ଭର୍ତ୍ତି ହେଉଛି ତାହାର ହିସାବ ଆମ ପାଖରେ ହିସାବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe