indianadmissionsguru.com
କଟକ : କଟକ ବଡ଼ ମେଡିକାଲ କାଜୁଆଲିଟିରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମୃତବ୍ୟକ୍ତିଙ୍କ ଶବ କାଜୁଆଲିଟି ଚଟାଣରେ ପଡ଼ିରହିଥିବା ବେଳେ ସେଇଠି ବେଡ୍ ଉପରେ ରୋଗୀଙ୍କୁ ଶୁଆଇ ଚିକିତ୍ସା କରାଯାଉଥିବା ଦୃଶ୍ୟ ସାମନାକୁ ଆସିଛି। ଗୁରୁତର ରୋଗୀ କାଜୁଆଲିଟିକୁ ଚିକିତ୍ସା ପାଇଁ ଆସୁଥିବା ବେଳେ କେହି ପ୍ରତିବାଦ କରିବାର ସାହସ ବି ଜୁଟାଇ ପାରିନଥିଲେ। ପ୍ରାୟ ୨୪ ଘଣ୍ଟା କାଳ ଏଭଳି ଶବ ପଡ଼ିରହିବା ପରେ ତାହାକୁ ସ୍ଥାନାନ୍ତର କରାଯାଇଥିଲା। ଏଭଳି ଘଟଣା କଟକ ବଡ଼ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି।
ସୂଚନା ଅନୁଯାୟୀ ଭଦ୍ରକ ଅଞ୍ଚଳର ଜଣେ ରୋଗୀଙ୍କ ମୃତ୍ୟୁ ହେବାପରେ ପରିବାର ଲୋକେ ତାଙ୍କ ଶବକୁ ଛାଡ଼ି ଚାଲିଯାଇଥିଲେ। ମୃତବ୍ୟକ୍ତିଙ୍କ କେହି ସଂପର୍କୀୟ ସେଠାରେ ନ ଥିବା ବେଳେ କର୍ତ୍ତୃପକ୍ଷ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର ବି କରି ନ ଥିଲେ। ୨୪ ଘଣ୍ଟାରୁ ଅଧିକ ସମୟ ଶବ ସେଠାରେ ପଡ଼ିରହିଥିଲା। ଶବକୁ ଡେଇଁ ଡାକ୍ତରଖାନା କର୍ମଚାରୀମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା ମଧ୍ୟ କରୁଥିଲେ। ଏହାକୁ ନେଇ ଅନ୍ୟ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ଦେଖା ଦେଇଥିଲେ ବି ବିରୋଧ କରିବାକୁ ସାହସ ଜୁଟାଇ ପାରି ନଥିଲେ। ଏ ସଂପର୍କରେ ଖବର ପାଇ ଡାକ୍ତରଖାନାର ପ୍ରାଶାସନିକ ଅଧିକାରୀ ଅବିନାଶ ରାଉତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସ˚ରକ୍ଷିତ ଗୃହକୁ ପଠାଇ ମଙ୍ଗଳାବାଗ ଥାନାରେ ଏ ସ˚ପର୍କରେ ଏତଲା ଦେଇଥିଲେ।
/sambad/media/post_attachments/wp-content/uploads/2022/05/scb-300x176.jpg)
ଜଣେ ରୋଗୀର ମୃତ୍ୟୁ ହେବା ପରେ ଯଦି ଶବ ଅସହାୟ ଅବସ୍ଥାରେ ପଡ଼ି ରହେ, ତେବେ ଏହାକୁ ଶବ ସ˚ରକ୍ଷିତ ଗୃହରେ ରଖିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ବ। ହେଲେ ଏ କ୍ଷେତ୍ରରେ ରୋଗୀ ଜଣକ ମୃତ ବୋଲି ସମସ୍ତେ ଜାଣିଥିଲେ ବି କେହି ଶବକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନେଇ ନଥିଲେ। ଏପରିକି କର୍ତ୍ତୃପକ୍ଷଙ୍କୁ ବି ଏ ସ˚ପର୍କରେ ଅବଗତ କରାଯାଇନଥିଲା। ଉତ୍ତେଜନା ବଢ଼ିବାରୁ ପ୍ରାଶାସନିକ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିଥିଲେ। ଶବ ସ˚ରକ୍ଷିତ ଗୃହରେ ୪୮ ଘଣ୍ଟା ରଖାଯିବା ପରେ ଯଦି କେହି ଦାବିଦାର ନ ଆସିବେ, ସରକାରୀ ନିୟମ ଅନୁଯାୟୀ ଶବଦାହ କରାଯିବ ବୋଲି ଡ. ରାଉତ ସୂଚନା ଦେଇଛନ୍ତି।
Follow Us