Advertisment

ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ କାଣ୍ଡ: ଯୁବତୀଙ୍କୁ ଛୁରାମାଡ଼ ପରେ ବେକ କାଟିଲେ ଯୁବକ

Advertisment
ସାଙ୍ଗକୁ ବୀଭତ୍ସ ହତ୍ୟା: ବ୍ଲେଡ୍‌ରେ ବେକ କାଟିଲା, ପଥରରେ ମୁଣ୍ଡ ଛେଚିଲା

The News Minute

ମହାକାଳପଡା : ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ମହାକାଳପଡ଼ା ଥାନା ଦେଉଳପଡ଼ା ପଞ୍ଚାୟତର ଓଳିହା ଗ୍ରାମରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଗରଦପୁର ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ନିଜ ବେକ କାଟି ଦେଇଛନ୍ତି। ଉଭୟ ଏବେ ଚିକିତ୍ସାଧୀନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ ଗରଦପୁର ଅଂଚଳର ଦିବାକର ତ୍ରିପାଠୀ (୫୧) ଦୀର୍ଘ ୧୨ ବର୍ଷ ହେଲା ଓଳିହା ଗ୍ରାମର ଜଣେ ଯୁବତୀଙ୍କୁ ନେଇ ଗରଦପୁରରେ ଏକ ସିଲେଇ ମେସିନ ଦୋକାନ ଖୋଲିଥିଲେ। ସେଠାରେ ଦୁହେଁ ଏକାଠି ରହୁଥିଲେ। କୌଣସି କାରଣରୁ ଯୁବତୀ ଜଣକ ତାଙ୍କ ନିଜ ଗାଁ ଦେଉଳପଡ଼ା ଅଂଚଳକୁ ଚାଲି ଆସିଥିଲେ। ଦିବାକର ଯୁବତୀଙ୍କୁ ଆଜି ବାରମ୍ବାର ଫୋନ କରିଥିଲେ ହେଁ ସେ ଉଠାଇ ନଥିଲେ। ଏହା ପରେ ଦିବାକର ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ସହ ପ୍ରବଳ ପାଟିତୁଣ୍ତ କରିବା ସହିତ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଯୁବତୀଙ୍କ ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଚିକିତ୍ସା ନିମନ୍ତେ ତାଙ୍କ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଏହି କାଣ୍ଡ ପରେ ଦିବାକର ଛୁରୀରେ ନିଜ ବେକ କାଟିଦେଇଥିଲେ। ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe