ଅଭାବନୀୟ ଘଟଣା: ଘରେ ନିଆଁ ଲଗାଇଦେଲା ନିଶାସକ୍ତ ବାପା, ଶିଶୁକନ୍ୟା ଜୀବନ୍ତ ଦଗ୍ଧ

Advertisment

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ପଞ୍ଚାୟତର ବାରସିଙ୍ଗା ମୁଣ୍ଡାସାହିରେ ଆଜି ଅପରାହ୍‌ଣରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ନିଶାସକ୍ତ ବାପା ଘରେ ନିଆଁ ଲଗାଇ ଦେବାରୁ ଦେଢ଼ ବର୍ଷର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ପଞ୍ଚାୟତର ବାରସିଙ୍ଗା ମୁଣ୍ଡାସାହିରେ ଆଜି ଅପରାହ୍‌ଣରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ନିଶାସକ୍ତ ବାପା ଘରେ ନିଆଁ ଲଗାଇ ଦେବାରୁ ଦେଢ଼ ବର୍ଷର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି।

dfdfvcv

ଖଜୁରିଆକଟା: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ପଞ୍ଚାୟତର ବାରସିଙ୍ଗା ମୁଣ୍ଡାସାହିରେ ଆଜି ଅପରାହ୍‌ଣରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ନିଶାସକ୍ତ ବାପା ଘରେ ନିଆଁ ଲଗାଇ ଦେବାରୁ ଦେଢ଼ ବର୍ଷର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି। ତେବେ ଅଭିଯୁକ୍ତର ପତ୍ନୀ ଓ ପାଞ୍ଚ ବର୍ଷର ପୁଅ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି।

ବର୍ତ୍ତିଗଲେ ପତ୍ନୀ ଓ ପୁଅ

ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ଗ୍ରାମର ବାବୁଲି ସାହୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ପତ୍ନୀ ସୁଭଦ୍ରା ସାହୁଙ୍କୁ ଗାଳିଗୁଲଜ କରିଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଉତ୍ତ୍ୟକ୍ତ ବାବୁଲି ସ୍ତ୍ରୀ ଓ ପାଞ୍ଚ ବର୍ଷର ପୁଅକୁ ମାରପିଟ୍‌ ଉଦ୍ୟମ କରିଥିଲା। ଏପରିକି ବାବୁଲିଙ୍କ ମା’ ଏହାକୁ ବିରୋଧ କରିବାରୁ ସେ ତାଙ୍କୁ ମଧ୍ୟ ମାରପିଟ୍‌ କରିଥିଲା। ମାଡ଼ରୁ ବର୍ତ୍ତିବାକୁ ଯାଇ ପତ୍ନୀ ସୁଭଦ୍ରା, ମା’ ଓ ତାଙ୍କ ପୁଅ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ତେବେ ଘରେ ଦେଢ଼ ବର୍ଷର ଶିଶୁକନ୍ୟା ରହିଯାଇଥିଲା। 

ନିଶାସକ୍ତ ବାବୁଲି ନିଜ ଘରେ ନିଆଁ ଲଗାଇ ଦେଇଥିଲା। ତେବେ ଖରାଦିନ ଯୋଗୁଁ ନିଆଁ ସଙ୍ଗେ ସଙ୍ଗେ ପୂରା ଘରକୁ ବ୍ୟାପି ଯାଇଥିଲା। ‌ସୁଭଦ୍ରା ଘର ଭିତରେ ପଶି ଶିଶୁକନ୍ୟାଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା। ସେତେବେଳକୁ ଛୁଆଟି ଜୀବନ୍ତ ଦଗ୍ଧ ହୋଇ ସାରିଥିଲା। ଖବରପାଇ ହିନ୍ଦୋଳ ଏସ୍‌ଡିପିଓ ଏସ୍.ଏନ୍. ନନ୍ଦ ବାଲିମି ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାଟିର ମୃତଦେହ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ପଠାଇଥିଲେ। ଅଭିଯୁକ୍ତ ବାବୁଲିକୁ ଗିରଫ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe