ବତକ ପ୍ରଜନନ କେନ୍ଦ୍ରରେ ଅଭାବନୀୟ ସ୍ଥିତି: ପ୍ରତି ୧୦ ମିନିଟ୍‌ରେ ଗୋଟିଏ ମୃତ୍ୟୁ

Advertisment

ମରିଗଲେଣି ୪୫୫ ବତକ

ମରିଗଲେଣି ୪୫୫ ବତକ

ବତକ ପ୍ରଜନନ କେନ୍ଦ୍ରରେ ଅଭାବନୀୟ ସ୍ଥିତି: ପ୍ରତି ୧୦ ମିନିଟ୍‌ରେ ଗୋଟିଏ ମୃତ୍ୟୁ

କଟକ: ବର୍ଷା ପାଣିରେ ଉବୁଟୁବୁ ହେଉଛି କଟକର ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ର। ବର୍ଷା ଛାଡି ଯାଇଥିଲେ ସୁଦ୍ଧା କେନ୍ଦ୍ରରୁ ପାଣି ଛାଡୁନି। ହାଚେରୀ, ଫାର୍ମ ଓ ଅଫିସ୍‌ ଗୃହ ପାଣିରେ ବୁଡି ରହିଛି। କେନ୍ଦ୍ର ଭିତରେ ଏବେବି ପାଖାପାଖି ୩ ଫୁଟର ପା‌ଣି ଜମି ରହିଛି। ଏଭଳି ସ୍ଥିତିରେ ଦୁଇ ଦିନରେ ୪ରୁ ୮ସସ୍ତାହର ୪୫୫ରୁ ଅଧିକ ବତକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟା ଅଧିକ ବଢିବା ଆଶଙ୍କା କରାଯାଉଛି। ହାରାହାରି ଭାବେ ଏବେ ପ୍ରତି ୧୦ ମିନିଟରେ ଗୋଟିଏ ବତକ ମରୁଥିବା କେନ୍ଦ୍ରର ଉପ ନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ୨୪୫ ବତକଙ୍କୁ କୃଷକ ଭବନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ଭିତରେ ବି ବହୁ ବତକଙ୍କ ଅବସ୍ଥା ଗୁରୁତର ଅଛି। ରାସ୍ତକାମ ଯୋଗୁଁ ବାହାର ପାଣି କେନ୍ଦ୍ର ଭିତରେ ପଶୁଥିବାରୁ ଏଭଳି ଶୋଚନୀୟ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ଖପୁରିଆଠାରେ ଥିବା ଏହି ବତକ ପ୍ରଜନନ କେନ୍ଦ୍ର ବିଭିନ୍ନ ରାଜ୍ୟରୁ ବିଭିନ୍ନ ବ୍ରିଡ୍‌ର ତଥା ଉନ୍ନତମାନର ବତକ ଅଣ୍ଡା ଆଣି ପ୍ରଜନନ କରିବା ସହ ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ବତକ ଯୋଗାଇ ଥାଏ। ଗତକିଛି ମାସ ତଳେ ପାଖାପାଖି ୭ଶହ ଅଣ୍ଡା ବେଙ୍ଗ‌ାଲୁରରୁ ଅଣାଯାଇଥିଲା। ସେଗୁଡିକୁ ହାଚେରୀରେ ରଖାଯାଇଥିଲା। ତେବେ ସେହି ଅଣ୍ଡାରୁ ଛୁଆ ଫୁଟାଯିବା ପରେ ଏବେ ଫାର୍ମରେ ୪ରୁ ୮ସପ୍ତାହର ୭ଶହ ବତକ ଛୁଆ ରଖାଯାଇଥିଲା। ଅବିଶ୍ରାନ୍ତ ବର୍ଷା ଯୋଗୁଁ ପ୍ରଜନନ କେନ୍ଦ୍ରରେ ଥିବା ହାଚେରୀ, ୨ଫାର୍ମ, ଅଫିସ୍‌ ଗୃହ, ଜେନେରେଟର ଗୃହ, ଦାନା ଗୋଦାମ, ଫିଡ୍‌ ୟୁନିଟ୍‌ରେ ପାଣି ପଶି ଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ନୂଆପଡାରୁ ପ୍ରେସ୍‌ଛକ ଚାଲିଥିବା ରାସ୍ତାକାମ ଯୋଗୁଁ ଏହି ପାଣି ସବୁ ଖପୁରିଆ ପ୍ରଜନନ କେନ୍ଦ୍ର ଭିତରେ ପଶିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ବର୍ଷା ଛାଡିଯାଇଥିଲେ ବି ପାଣି କାର୍ଯ୍ୟାଳୟରେ ପଶୁଛି। କିନ୍ତୁ ଏପଟେ ନିଷ୍କାସନର କୌଣସି ବ୍ୟବସ୍ଥ‌ା ନଥିବାରୁ କାର୍ଯ୍ୟାଳୟରୁ ପାଣି ବାହାରି ପାରୁନି। ଅନ୍ୟପଟେ ପ୍ରଜନନ କେନ୍ଦ୍ରରେ ଜେନେରେଟର ପାଣିରେ ବୁଡି ରହିଥିବାରୁ ବତକଙ୍କୁ ବଂଚାଇବା କଷ୍ଟକର ହୋଇ ପଡୁଥିବା କହିଛନ୍ତି କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe