ଫାଷ୍ଟଫୁଡ ଦୋକାନ, ହୋଟେଲ ବଢ଼ିବା ସାଙ୍ଗକୁ ବଢୁଛି ଅପମିଶ୍ରଣ: ନାହାନ୍ତି ଖାଦ୍ୟ ନିରୀକ୍ଷକ

ଫାଷ୍ଟଫୁଡ ଦୋକାନ, ହୋଟେଲ ବଢ଼ିବା ସାଙ୍ଗକୁ ବଢୁଛି ଅପମିଶ୍ରଣ: ନାହାନ୍ତି ଖାଦ୍ୟ ନିରୀକ୍ଷକ

ସୋନପୁର: ସୋନପୁର ସହରର ଜନବସତି ବୃଦ୍ଧି ସାଙ୍ଗକୁ ବିଭିନ୍ନ ଛୋଟବଡ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବୃଦ୍ଧି ପାଇଛି। ମହାନଦୀରେ ସେତୁ ନିର୍ମାଣ ପରେ ସୋନପୁର ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳରେ ପରିଣତ ହୋଇଛି। ଏହି ବାଟଦେଇ ବିଭିନ୍ନ ସ୍ଥାନକୁ ବିଭିନ୍ନ ଅଂଚଳର ଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଏବଂ ଅନ୍ୟ ପଟରେ ଗମନାଗମନ ବୃଦ୍ଧି ଯୋଗୁଁ ଅନ୍ୟ ବ୍ୟବସାୟ ଭଳି ସହରରେ ଠେଲା ଗାଡି ଠାରୁ ଅରମ୍ଭ କରି ଛୋଟ, ବଡ଼ ହୋଟେଲ, ଫାଷ୍ଟଫୁଡ ଦୋକାନ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ବିଶେଷ କରି ସନ୍ଧ୍ୟା ସମୟରେ ଫାଷ୍ଟଫୁଡ ଏବଂ ଠେଲା ଗାଡ଼ିମାନଙ୍କୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ। କିନ୍ତୁ ପରିତାପର ବିଷୟ ଏହିକି ଯେ ଛୋଟବଡ଼ ହୋଟେଲଠାରୁ ଆରମ୍ଭ କରି ଠେଲା ଗାଡି ମାନଙ୍କୁ ତିଆରି ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ରୋକାଯାଇ ପାରୁ ନାହିଁ। ବିଭିନ୍ନ ଦୋକାନମାନଙ୍କୁ ପୁରୁଣା ତେଲ ପରିବର୍ତ୍ତନ ନକରି ସେହି ତେଲରେ ନୂଆ ତେଲ ମିଶାଇ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବାରୁ ତାହା ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଉଛି। ଏପରିକି ଛୋଟ ବଡ଼ ହୋଟେଲ ସ୍ୱାସ୍ଥ୍ୟକର ପରିବେଶ ପାଇଁ ଯେତିକି ସଫାସୁତୁରା ରହିବା କଥା ତାହା ମଧ୍ୟ ନାହିଁ ।

ମାଲିକମାନେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନହୋଇ କେବଳ ଦୁଇ ପଇସା ଅଧିକ ରୋଜଗାର ଚି‘ାରେ ରହିବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ସହରର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ମେଡିକାଲ ରାସ୍ତା, ବ୍ଲକ ଛକ, ନଳିନୀ ଛକ, କଚେରୀ ଛକ, ବଡବଜାର, ମଝିପଡା ଘୋଡ଼ାଘାଟପଡ଼ା ଆଦି ଅନେକ ସ୍ଥାନରେ ଛୋଟବଡ ହୋଟେଲଠାରୁ ଆରମ୍ଭ କରି ଠେଲା ଗାଡିମାନଙ୍କର ପସରା ଲାଗିଥାଏ। ଜିଲ୍ଲା ଗଠନର ୨୪ ବର୍ଷ ପରେ ମଧ୍ୟ ଏଠାରେ ସ୍ଥାୟୀ ଖାଦ୍ୟ ନିରୀକ୍ଷକଙ୍କ ନିଯୁକ୍ତି ତ ଦୂରର କଥା ଏହାର କାର୍ଯ୍ୟାଳୟ ମଧ୍ୟ ଖୋଲି ନାହିଁ। ଅନ୍ୟ ଜିଲ୍ଲାରେ ଥିବା ଖାଦ୍ୟ ନିରୀକ୍ଷକଙ୍କୁ ଏହି ଜିଲ୍ଲା ଦାୟିତ୍ୱ ମଧ୍ୟ ଦିଆଯାଇଥିବାରୁ ବିକ୍ରି ପାଇଁ ପ୍ରସ୍ତୁତ ଖାଦ୍ୟର ମାନ ପରୀକ୍ଷା ହୋଇପାରୁ ନାହିଁ। କେବଳ ସୋନପୁର ସହର ନାହିଁ ଜିଲ୍ଲାର ବିଭିନ୍ନ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ଥିବା ହୋଟେଲ, ଠେଲାଗାଡି ମାନଙ୍କରେ ବିକ୍ରି କରାଯାଉଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ଅପମିଶ୍ରଣ ହେଉଥିବା ଅଭିଯୋଗ ହେଉଛି। ଅପମିଶ୍ରଣ ଖାଦ୍ୟ ଖାଇ ଲୋକେ ବିଭିନ୍ନ ରୋଗରେ ପଡ଼ୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe