ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେଉଛି, ଭିତ୍ତିଭୂମି ବିକାଶ ଚାଲିଛି: ମନ୍ତ୍ରୀ

Advertisment
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେଉଛି, ଭିତ୍ତିଭୂମି ବିକାଶ ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର: ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବିରୋଧୀଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲେ। ସେ କହିଥିଲେ, ନୂଆ ବିତରଣ କମ୍ପାନି ଦା‌ୟିତ୍ବ ଗ୍ରହଣ କରିବା ପରେ ରାଜ୍ୟରେ ସାମଗ୍ରିକ ବୈଷୟିକ ଓ ବ୍ୟବସାୟିକ କ୍ଷତି ହ୍ରାସ ପାଇଛି। ବିଦ୍ୟୁତ ସୁରକ୍ଷା, ଭିତ୍ତିଭୂମି ବିକାଶ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଇତ୍ୟାଦିରେ ଉନ୍ନତି ଘଟିଛି। ଗ୍ରାହକମାନେ ବେଶୀ ଉପକୃତ ହେଉଛନ୍ତି। ଟାଟା ପାୱାର୍‌ କିମ୍ବା ଗ୍ରିଡ୍‌କୋ ଆଜି ପର୍ଯ୍ୟନ୍ତ ଡିଭିଡେଣ୍ଡ୍‌ ଭାବେ କୌଣସି ଅର୍ଥ ନେଇନାହାନ୍ତି। ତେଣୁ ମାଲେମାଲ୍‌ ହେବାର ପ୍ରଶ୍ନ ଉଠିଲା କେଉଁଠୁ?

ମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟୁତ ବିତରଣ ଘରୋଇକରଣ ପ୍ରକ୍ରିୟାରେ ଓଇଆର୍‌ସି ଏକ ଟେଣ୍ଡର୍ ମାଧ୍ୟମରେ ଓଡ଼ିଶାର ୪ଟି ବିଦ୍ୟୁତ ଆବଣ୍ଟନ କମ୍ପାନିର ୫୧% ଅଂଶଧନ ଟାଟା ପାୱାରକୁ ହସ୍ତାନ୍ତର କରିଥିଲେ। ବାକି ୪୯% ରାଜ୍ୟ ସରକାର ନିଜ ସରକାରୀ ସଂସ୍ଥା ଗ୍ରିଡ୍‌କୋ ମାଧ୍ୟମରେ ରଖିଛନ୍ତି। ଏହି ହସ୍ତାନ୍ତର ପ୍ରକ୍ରିୟାରେ ପୁରୁଣା ବିଦ୍ୟୁତ ବିତରଣ ୟୁଟିଲିଟିମାନଙ୍କର କୌଣସି ଋଣ ଓ ଦେୟ ନୂଆ ବିତରଣ କମ୍ପାନିମାନଙ୍କୁ ହସ୍ତାନ୍ତର ହୋଇ ନଥିଲା। ଏହାର ପରିମାଣ ପାଖାପାଖି ୪,୬୯୮ କୋଟି ଟଙ୍କା ଏବଂ ଏହାକୁ ଗ୍ରିଡ୍‌କୋର ଦେୟ ହିସାବରେ ରଖାଯାଇଛି। ଏହି ଚାରିଟି କମ୍ପାନି ସର୍ବନିମ୍ନ ୧୦୦୦ କୋଟି ଟଙ୍କା ପୁରୁଣା ବକେୟା ଆଦାୟ କରିବେ। ଏହା ସହ ଆଗାମୀ ୧୦ ବର୍ଷ ପାଇଁ ଏଟିସି କ୍ଷତି କମାଇବା ପାଇଁ ଲକ୍ଷ୍ୟ ମଧ୍ୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe