ଏମ୍ସରେ ଡାକ୍ତର ଟିମ୍ ସହିତ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ: କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିଲେ

Advertisment
ଏମ୍ସରେ ଡାକ୍ତର ଟିମ୍ ସହିତ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ: କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିଲେ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଡାକ୍ତରମାନଙ୍କର ଏକ ବୈଠକ ନେଇଛନ୍ତି। ଏହାପରେ ସେ କହିଛନ୍ତି, ଦିଲ୍ଲୀର ୩ଟି ମେଡିକାଲରୁ ବିଶେଷଜ୍ଞ ଡାକ୍ତର ଟିମ୍ ଆସୁଛନ୍ତି।  ସେମାନେ  ଦିଲୀର ଏମ୍ସ, ରାମ ମନୋହର ଲୋହିଆ, ଲେଡି ହାର୍ଡିଁ ହସ୍ପିଟାଲରୁ ଆସିଛନ୍ତି। ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ସେମାନେ ଭୁବନେଶ୍ୱର ଆସୁଛନ୍ତି। ଯେହେତୁ ଶତାଧିକରୁ ଗୁରୁତର ରୋଗୀ ବାଲେଶ୍ଵର, ସୋର, ଭଦ୍ରକ ଓ କଟକ ମେଡିକାଲରେ ଅଛନ୍ତି, ସେମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିବ, ଆବଶ୍ୟକତା ଅନୁସାରେ ଅନ୍ୟ କେଉଁ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯିବ ସେ ନେଇ ଏମ୍ସ ନିର୍ଦ୍ଦେଶକ ଓ ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଛି। ବିଶେଷଜ୍ଞ ଡ଼ାକ୍ତରମାନେ ସାଥୀରେ କିଛି ଚିକିତ୍ସା ଉପକରଣ ଓ ଔଷଧ  ମଧ୍ୟ ଆଣିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଟ୍ରେନ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଏହାସହ ଚିକିତ୍ସାର ବିଭିନ୍ନ ଦିଗ ଉପରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ମୋର ୬ଜଣ ଯାତ୍ରୀ ଚିକିତ୍ସା ପାଇଁ ଆସିଥିଲେ, ସେମାନଙ୍କ ମଧ୍ୟରୁ କମ ଆହତ ଥିବା ୫ ଜଣଙ୍କୁ ଡିସ୍ଚାର୍ଜ କରାଯାଇସାରିଛି ଏବଂ ଜଣେ ଗଭୀର ଆହତ ଯୁବକଙ୍କର ଚିକିତ୍ସା ଚାଲିଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ମୋଟ ୧୪ଟି ମୃତ ଶରୀର କ୍ୟାପିଟାଲ ହସ୍ପିଟାଲର ମରଚୁରିରେ ରହିଥିବା ବେଳେ ତାଙ୍କୁ ଚିହ୍ନଟ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe