Advertisment

ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଭୁବନେଶ୍ବର ଡିସିପି

Advertisment

କାଲି ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ଅମିତ ଶାହ

କାଲି ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ଅମିତ ଶାହ

ବିଜେପି ମନ୍ତ୍ରୀଙ୍କୁ ଅଟକାଇଲେ ଶାହ

en.wikipedia.org

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଡିସିପି ପ୍ରତୀକ ସିଂହ ଆଜି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ବିମାନବନ୍ଦର ଯାଞ୍ଚ ପରେ ଡିସିପି କହିଛନ୍ତି ଯେ, ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଅମିତ ଶାହଙ୍କ କାରକେଡରେ ରହିବ ୩୦ଟି ଗାଡ଼ି ରହିବ। ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି ଓ ଜାମର ରହିବ । ଆଜି ବିମାନବନ୍ଦରରୁ ମେ ଫେୟାର ଓ ମେ ଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିସନରେଟ ପୁଲିସ । ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ସମ୍ମୁଖରେ ହୋଇଛି ବାରିକେଡ ରିୟଲସଲ ।

ସୂଚନା‌େଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ୮ ତାରିଖ ସକାଳେ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ। ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବେ। ଏହାଛଡ଼ା ଅମିତ ଶାହା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ। ସେ ଅପରାହ୍ନ ୫ଟାରେ ମୋଦୀ@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe