ଦ୍ବାରଶୁଣୀ ଘାଟିରେ ରାସ୍ତା ତଦାରଖ ବେଳେ ମାଡ଼ି ଆସିଲା ଦ୍ରୁତଗାମୀ ଟ୍ରକ୍‌, ଦୁର୍ଘଟଣାରୁ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ

ଦ୍ବାରଶୁଣୀ ଘାଟିରେ ରାସ୍ତା ତଦାରଖ ବେଳେ ମାଡ଼ି ଆସିଲା ଦ୍ରୁତଗାମୀ ଟ୍ରକ୍‌, ଦୁର୍ଘଟଣାରୁ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ବାରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହିତ ଜିଲ୍ଲା ପ୍ରଶାସନ ଅଧିକାରୀ ଦ୍ବାରଶୁଣୀ ଘାଟିରେ ପହଞ୍ଚି ଥିଲେ। ତା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ, ଏସ୍‌ପି କେଆର ଦାନଦେଓ, ଏନ୍ଏ‌ଚ୍‌ ପିଡି ଜେପି ବର୍ମା, ଆରଟିଓ ଜେକେ ଦାସ, ରାଇରଙ୍ଗପୁର ଡିଏଫଓ ନଳିନୀକାନ୍ତ ବେହେରାଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।  ବୈଠକ ଶେଷ ହେବା ପରେ ଜିଲ୍ଲାପାଳ ଓ ଏସ୍‌ପି ‌ସେଠାରୁ ଫେରିଯାଇଥିଲେ କିନ୍ତୁ ଅନ୍ୟ ସମସ୍ତ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ଘାଟି ରାସ୍ତା ତଦାରଖ କରିବାକୁ ଯାଇଥିଲେ। ଏହି ସମୟରେ ଅଧିକାରୀ ମାନେ ଏକ ପିଆଜ ବୋଝେଇ ଟ୍ରକକୁ ଅଟକାଇ ଟ୍ରକର ଓଭର ଲୋଡିଙ୍ଗ ଯାଞ୍ଚ କରୁଥିବା ବେଳେ ହଠାତ ବ୍ରେକ ଫେଲ ହେବାରୁ ଅନ୍ୟ ଏକ ମାଲ ବୋଝେଇ ଟ୍ରକ ମାଡ଼ି ଆସିଥିଲା। ଫଳରେ ଘଟଣାସ୍ଥଳରେ କିଛି ସମୟ ଭୃକୁଞ୍ଚନ ସୃଷ୍ଟି ହେବା ସହିତ ଉପସ୍ଥିତ ଅଧିକାରୀ ନିଜର ଜୀବନ ବଞ୍ଚାଇବାକୁ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ଘାଟିରୁ ରାସ୍ତା ତଦାରଖ କରି ଆସିଲା ପରେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଥିଲେ, ଆଗାମୀ ୫ ମାସ ମଧ୍ୟରେ ଘାଟି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ହେବ। ଜୟମାତାଦୀ କମ୍ପାନି ୯ କୋଟି ଟଙ୍କା ବିନିଯୋଗରେ ରାସ୍ତା ମରାମତି ସହିତ ଗାଡଓ୍ବାଲ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରିବ।

ସୂଚନାଯୋଗ୍ୟ ଦ୍ବାରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହା ଆଜିର ଘଟଣା ନୁହେଁ। ଦୀର୍ଘ ଦଶନ୍ଧି ଧରି ପୁରୁଣା ସମସ୍ୟା ହୋଇ ଆସିଛି। ଏଠାକାର ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ନେତା ଓ ସରକାରୀ ବାବୁଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି।। ସବୁବେଳେ କେବଳ ପୁଳାପୁଳା ପ୍ରତିଶ୍ରୁତି ମିଳୁଛି। ନେତା ଓ ବାବୁଙ୍କ ପ୍ରତିଶ୍ରୁତି ପୂରା ହେଉ ନାହିଁ। ଉଚ୍ଚପଦାଧିକାରୀମାନେ ଘାଟି ରାସ୍ତା ସଂପ୍ରସାରଣ ପାଇଁ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe