ଚାଷୀଙ୍କ ଦ୍ବିଗୁଣିତ ଆୟ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ: ଆନ୍ଦୋଳନ ନୁହେଁ, ଆଲୋଚନା ଗୁରୁତ୍ବପୂର୍ଣ୍ଣ

ଚାଷୀଙ୍କ ଦ୍ବିଗୁଣିତ ଆୟ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ: ଆନ୍ଦୋଳନ ନୁହେଁ, ଆଲୋଚନା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର : କୃଷି ଏବଂ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ଅପେକ୍ଷା ଆଲୋଚନା ବେଶି ଗୁରୁତ୍ବପୂର୍ଣ୍ଣ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ କିଭଳି ଦ୍ବିଗୁଣିତ ହୋଇ ପାରିବ ଏଥିପାଇଁ ସମାଜର ସବୁ ବର୍ଗର ସହଭାଗିତା ଜରୁରୀ। ସମନ୍ବିତ କୃଷି ପଦ୍ଧତି ଓ ନିରନ୍ତର ଜୀବିକା ବିକାଶ ମାଧ୍ୟମରେ ଚାଷୀଙ୍କ ଦ୍ବିଗୁଣିତ ଆୟ ଶୀର୍ଷକ ଆଲୋଚନାରେ ଏହି ମତ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ଏଥିସହିତ ନିଜ ବକ୍ତବ୍ୟରେ କୃଷି କ୍ଷେତ୍ରରେ ପ୍ରାଣୀ ପାଳନକୁ ସେ ଗୁରୁତ୍ବ ଦେଇଛନ୍ତି।

ସାମାଜିକ ଅନୁଷ୍ଠାନ ଅନନ୍ୟା, ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ବିଷୟରେ କହିଥିଲେ। ଅନନ୍ୟାର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁକାନ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା, ଓୟୁଏଟି କୁଳପତି ଡ. ପୱନ ଅଗ୍ରୱାଲ ସ୍ବାଗତ ଭାଷଣ, ଅନନ୍ୟା ଉପଦେଷ୍ଟା ପ୍ରଦୀପ ସାହୁ ଧନ୍ୟବାଦ ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମନ୍ବିତ କୃଷି ଉଦ୍ୟୋଗୀ, ଚାଷୀ, ସଂଗଠନ ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନଙ୍କ ମଧ୍ୟରେ ଅଭିଜ୍ଞତାର ଆଦାନପ୍ରଦାନ, ସମସ୍ୟା ଉପସ୍ଥାପନ ଓ ସମ୍ଭାବ୍ୟ ସମାଧାନ ସୂତ୍ର ବାହାର କରିବାପାଇଁ ଏକ ଭାବବିନିମୟ କାର୍ଯ୍ୟକ୍ରମ ହୋଇଥିଲା। ସମନ୍ବିତ କୃଷି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ, ଏହାର ସଫଳତା ହାର, ଉଦ୍ୟୋଗୀ ତଥା ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହାର ନିଷ୍କର୍ଷକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା।

ଏହି ଅବସରରେ ବାମଦେବ ସ୍ବାଇଁ, ପ୍ରବୋଧ ମହାନ୍ତି, ସୁରେଶ କୁମାର ମିଶ୍ର, ଚନ୍ଦନ କୁମାର ଖୁଣ୍ଟିଆ, ଜୟକୃଷ୍ଣ ପ୍ରଧାନ ଓ ରମେଶ ଚନ୍ଦ୍ର ରାଉତଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ପ୍ରାୟ ୬୦୦ ଚାଷୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ପ୍ରାୟ ୧୫ ହଜାର ଚାଷୀ ଭାଗ ନେଇଥିଲେ। ଓୟୁଏଟି ପକ୍ଷରୁ ହୃଷୀକେଶ ପାତ୍ର, ପ୍ରଭାତ ଷଡ଼ଙ୍ଗୀ, କୁମ୍ଭକର୍ଣ୍ଣ ରାଉତ, ଦେବ ପ୍ରସାଦ ମଲ୍ଲିକ ଏବଂ ଅନନ୍ୟା ପକ୍ଷରୁ ବିଜୟ ରାମ ସେନାପତି, ଅନିଲ ମିଶ୍ର, ନିଜୟମ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe