ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର: ‘ନବୀନଙ୍କ ସହିତ ମୋଦୀଙ୍କ ଫଟୋ ନରହିଲେ ହୋର୍ଡିଂ ଭାଙ୍ଗିଦେବି’

Advertisment
ଓଡିଶାର ୮ ପ୍ରକଳ୍ପ ପାଇଁ ୧୨୦୮.୮୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର: ବିଶ୍ୱେଶ୍ୱର ଟୁଡୁ

ବିଶ୍ୱେଶ୍ୱର ଟୁଡୁ

କୁଜଙ୍ଗ : ଜଗତ୍‌ସିଂହପୁରର କୁଜଙ୍ଗକୁ ଗସ୍ତରେ ଆସିଥିବାବେଳେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଜଳମିସନ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିଲେ, ପ୍ରୋକ୍ଲିନ୍‌ ଲଗାଇ ସେସବୁକୁ ଉପାଡ଼ି ଫୋପାଡ଼ି ଦେବେ ବୋଲି କହିଛନ୍ତି। ପୂର୍ବରୁ ଅଫିସର୍‌ଙ୍କୁ ମାଡ଼ ମାରିବାକୁ କହି ବିବାଦକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀଟୁଡୁଙ୍କ ଏହିଭଳି ବୟାନ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ଥାନୀୟ ସୂଚନାଭବନ ଠାରେ ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ସେ କହିଥିଲେ, ଜଳଜୀବନ ମିସନ ପାଇଁ କେନ୍ଦ୍ର ସରକାର ମଧ୍ୟ ଅର୍ଥ ପ୍ରଦାନ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଏହି ଯୋଜନାର ହୋର୍ଡିଂରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଉଛନ୍ତି। ଯଦି ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲଗା ନଯାଏ , ତା’ହେଲେ ପ୍ରୋକ୍ଲିନ୍‌ ଲଗାଇ ସବୁ ହୋର୍ଡିଂ ଉପାଡ଼ି ଫୋପାଡ଼ି ଦେବେ ବୋଲି ସେ କହିଥିଲେ। ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ରନାରାୟଣ ଦାସଙ୍କ ସଂଚାଳନରେ ଡ୍ରେନେଜ୍‌, ଜଳସମ୍ପଦ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ତଥା ଆଦିବାସୀ କଲ୍ୟାଣ ବିଭାଗ ଅଧିକାରୀମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀ ଟୁଡୁ ସମୀକ୍ଷା କରିଥିଲେ। ଏଥିରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ରାଜ୍ୟ ଅନୁସୂଚିତ ଜାତି ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ପାରାଦୀପ ନିର୍ବାଚନ ମଣ୍ତଳୀର ବିଜେପି ନେତା ସମ୍ପଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe