ସମ୍ବଲପୁର: ମୋଦୀ ସରକାର ଚାଷୀମାନଙ୍କୁ ଅଗ୍ରାଧିକାର ଦେଇଆସିଛନ୍ତି। ଅନ୍ନଦାତାଙ୍କ କଲ୍ୟାଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଗ୍ୟାରେଣ୍ଟି ପ୍ରଧାନମନ୍ତ୍ରୀ ଦେଇଛନ୍ତି। ବଜେଟ୍ରେ କୃଷକଙ୍କ ହିତ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ରବିବାର ସମ୍ବଲପୁର ଚଷା ସମାଜର ୧୭ତମ ବାର୍ଷିକ ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି, ଦେଶରେ ମହିଳା ସଶକ୍ତୀକରଣ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଗ୍ୟାରେଣ୍ଟି। ଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ହାର କ୍ରମାଗତ ବୃଦ୍ଧି ପାଉଛି। ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି। ୪୩ ପ୍ରତିଶତ ଝିଅ ଏବେ ବିଜ୍ଞାନ, ଗଣିତ ଓ ଇଞ୍ଜିନିୟରିଂରେ ପାଠ ପଢୁଛନ୍ତି। କେବଳ ସେତିକି ନୁହେଁ କର୍ମକ୍ଷେତ୍ରରେ ମଧ୍ୟ ମହିଳାଙ୍କ ଯୋଗଦାନ ବଢ଼ିଛି। ଚନ୍ଦ୍ରାୟାନ-୩ ଅଭିଯାନରେ ମହିଳାଙ୍କ ଯୋଗଦାନ ଅଧିକ ଥିଲା। ସମାଜରେ ମହିଳାଙ୍କ ଭାଗିଦାରୀ ଯେତେ ବଢିବ, ସମାଜ ସେତେ ସଶକ୍ତ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ମହିଳାଙ୍କ ରାଜନୈତିକ ଅଧିକାର ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି। ‘ନାରୀ ଶକ୍ତି ବନ୍ଦନ ଆଇନ’ ମାଧ୍ୟମରେ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଯୋଜନା ହୋଇଛି। ସମାଜକୁ ଅଧିକ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଏହି ଅବସରରେ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us