କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ବିଶାଳ

Advertisment
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ବିଶାଳ

ଝାରସୁଗୁଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦଳୀୟ ନେତୃବୃନ୍ଦଙ୍କ ସହିତ ଏକ ହୋଟେଲରେ ରାତ୍ରିଭୋଜନ କରୁଥିବା ବେଳେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ସହିତ ଉପସ୍ଥିତ ରହିବାର କିଛି ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

ଗତ ନିର୍ବାଚନରେ ରାଜ୍ୟରେ ବିଜେଡି ସରକାରର ପତନ ହେବାସହିତ ବିଶାଳଙ୍କ ଭଉଣୀ ଦୀପାଳି ଦାସ ମଧ୍ୟ ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ପରାଜିତ ହୋଇଛନ୍ତି। ଏହାପରେ ବିଶାଳ ବିଜେପି ଶିବିର ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ, ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ତାଙ୍କ ଫଟୋ ଭାଇରାଲ୍‌ ହେବାପରେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe