ଅଟଳ ଟିଂକରି ଲ୍ୟାବ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ଅଟଳ ଟିଂକରି ଲ୍ୟାବ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ୟୁନିଟ-୩ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଟିଂକରି ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ଉଦ୍ୟମଶୀଳତା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ପିଲାଙ୍କ ଭବିଷ୍ୟତ ନିର୍ମାଣରେ କିପରି ସାହାଯ୍ୟ କରିବ ସେନେଇ ପ୍ରୟାସ କରାଯାଉଛି ବୋଲି ଆଲୋକପାତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହକ ଡ. ଗୋପାଳ ପ୍ରସାଦ ମହାପାତ୍ର ମଧ୍ୟ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁ ରହିଛି। ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ିଶାରେ ପ୍ରଥମ ଶିଶୁ ମନ୍ଦିର ଭାବେ ଟିଙ୍କରିଂ ଲ୍ୟାବ୍ ଉଦଘାଟନ ହୋଇଛି।

ବିଜ୍ଞାନ ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଅଟଳ ଟିକେରିଂ ଲ୍ୟାବର ପରିକଳ୍ପନା ଆରମ୍ଭ କରିଥିଲେ। ଏହି ଲ୍ୟାବରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ରୋବଟିକ୍ସ, ଇଲୋକଟ୍ରନିକ୍ସ, ଏଆଇ-ଏମଏଲ, ଥ୍ରୀଡି ପ୍ରିଣ୍ଟିଂ, ସର୍କଟି ଡ଼ିଜାଇନିଂ, ଡ୍ରୋନ ଭଳି ଅନେକ ବୈଜ୍ଞାନିକ ଜ୍ଞାନ କୌଶଳର ଟ୍ରେନିଂ ନେଇ ପାରିବେ। ପଞ୍ଚମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଢିପାରିବେ। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୮୪୦୬ ଲ୍ୟାବ୍‌ ହୋଇ ସାରିଲାଣି। ସ୍କୁଲରେ ହେବ ଭର୍ଚୁଆଲ ଲ୍ୟାବ ହେବ। ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ବହି ଏବଂ ୬୦୦ ଏକ୍ସପେରିମେଣ୍ଟ ରହିଛି। ତେଣୁ ଅଟଳ ଟିଙ୍କରିଂ ଳ୍ୟାବ ଏବଂ ସାଈନ୍ସ ଲ୍ୟାବ୍ ଏକ ପଦକ୍ଷେପ କିଛି ପରୀକ୍ଷା ବିଷୟରେ ଜାଣିବା ପାଇଁ। ଭାରତ ବୈଷୟିକ କ୍ଷେତ୍ରରେ ଉପରକୁ ଆସୁଛି ୮୦ ନମ୍ଵରରୁ ୪୦କୁ ଆସିଲାଣି। ଏପରି କାର୍ଯ୍ୟକ୍ରମ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ନହେଲେ ବହୁ ବେସରକାରୀ ସଂସ୍ଥା ବ୍ୟବସାୟ କରି ଫାଇଦା ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe