ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment

ସମ୍ବଲପୁର ରାଜନୀତିରେ ହଟଚମଟ

ସମ୍ବଲପୁର ରାଜନୀତିରେ ହଟଚମଟ

ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ତଥା  ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାକ୍ଷାତ କରିଛନ୍ତି। ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ହେଲେ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭେଟଘାଟ୍ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ ଉଭୟଙ୍କ ଭେଟଘାଟ ପରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକମାନେ ଆଗାମୀ ନିର୍ବାଚନରେ ବିଜେପିକୁ ସମର୍ଥନ କରିପାରନ୍ତି।

କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରାସେଶ୍ୱରୀ। ଦଳ ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନଦେବାରୁ ଦଳ ଛାଡ଼ିଥିଲେ। ବିଜେଡି ଛାଡ଼ିଥିଲେ ବି ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ। ରାଜନୈତିକ ଦଳରେ ସାମିଲ ହେବେ ନାହିଁ, ସମାଜସେବା କରିବେ ବୋଲି କହିଥିଲେ ରାସେଶ୍ୱରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe