୧୩ରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜିଲ୍ଲା ବିଜେପିର ବ୍ୟାପକ ପ୍ରସ୍ତୁତି

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ମୁଁ ବିବ୍ରତ: ମୁଖ୍ୟମନ୍ତ୍ରୀ

ରାଉରକେଲା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ରେ ରାଉରକେଲା ଗସ୍ତରେ ଆସୁଛନ୍ତି। ସେହି ଦିନ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ ବିଜେପି ପାର୍ଟି ଅଫିସ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ବିଜେପି ଶିବିର। ପୁରା ତତ୍ପର ହୋଇଛନ୍ତି ବିଜେପିର ନେତା ଓ କର୍ମୀ। ଧର୍ମେନ୍ଦ୍ର ଗସ୍ତକୁ ସଫଳ କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଚାଲିଛି। ଆଜି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ସଭାପତିତ୍ବରେ ବୈଠକ ସେକ୍ଟର-୩ ପାର୍ଟି ଅଫିସ୍‌ରେ ଅନୁଷ୍ଠିତ ହୋଇଯାଇଛି।

ଆଜାଦି କା ଅମୃ୍ତ ମହୋତ୍ସବ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ପ୍ରଭାରୀ ରବି ନାୟକ ହର ହର ତ୍ରିରଙ୍ଗା -ଘର ଘର ତ୍ରିରଙ୍ଗା ପଦଯାତ୍ରା ପ୍ରତ୍ୟେକ ମଣ୍ଡଳ ସ୍ତରରେ କରି ସାଧାରଣ ଲୋକଙ୍କୁ ସାମିଲ କରିବାକୁ କହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ବାଗତ କରିବାକୁ ‌ବୈଠକରେ ନିଷ୍ପତ୍ତି ନିଆଯାଇଛି। ଧର୍ମେନ୍ଦ୍ରଙ୍କୁ ବିର୍ସା ମୁଣ୍ଡା ଛକରୁ ସହରର ମୁଖ୍ୟମାର୍ଗ ଦେଇ ଦ୍ବିତୀୟ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ମୋଟରବାଇକ୍‌ ରାଲିରେ ପାଛୋଟି ନେବାକୁ ମଧ୍ୟ ସ୍ଥିର ହୋଇଛି। ତ୍ରିରଙ୍ଗା ପତାକା ସହ ୨ ହଜାରରୁ ଅଧିକ ନେତା ଓ କର୍ମୀ ମୋଟରବାଇକ୍‌ ରାଲିରେ ସାମିଲ ହେବେ। ବୈଠକରେ ବରିଷ୍ଠ ନେତୃତ୍ବ ଧୀରେନ ସେନାପତି, ନିହାର ରାୟ, ଜଗବନ୍ଧୁ ବେହେରା, ମୁଖପାତ୍ର ଭଗବାନ ରାଉତ, ଜିଲ୍ଲା କମିଟିର ସଦସ୍ୟ, ବିଭିନ୍ନ ମୋର୍ଚ୍ଚାର ସଭାପତି, ବିଭିନ୍ନ ମଣ୍ଡଳର ସଭାପତି ଓ ପୂର୍ବତନ ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe