ନିଜ ‘ଆକାଂକ୍ଷୀ ଜିଲ୍ଲା’ର ସମୀକ୍ଷା ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ‘ବିଶ୍ବର ଗରିବଙ୍କୁ ଖାଦ୍ୟ ଯୋଗାଣ ଦାୟିତ୍ବ ନେବ ଭାରତ’

Advertisment

କେନ୍ଦ୍ର ସରକାରଙ୍କ ଯୋଜନା ହିତାଧିକାରୀଙ୍କୁ ଜଣାଇଲେ, ମହିମା ଧର୍ମ ଓ ଭୀମ ଭୋଇଙ୍କ ଉପରେ ଦୁଇ ବିଶ୍ବବିଦ୍ୟାଳୟରେ ଗବେଷଣା କେନ୍ଦ୍ର ଆରମ୍ଭ

କେନ୍ଦ୍ର ସରକାରଙ୍କ ଯୋଜନା ହିତାଧିକାରୀଙ୍କୁ ଜଣାଇଲେ, ମହିମା ଧର୍ମ ଓ ଭୀମ ଭୋଇଙ୍କ ଉପରେ ଦୁଇ ବିଶ୍ବବିଦ୍ୟାଳୟରେ ଗବେଷଣା କେନ୍ଦ୍ର ଆରମ୍ଭ

ନିଜ ‘ଆକାଂକ୍ଷୀ ଜିଲ୍ଲା’ର ସମୀକ୍ଷା ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ‘ବିଶ୍ବର ଗରିବଙ୍କୁ ଖାଦ୍ୟ ଯୋଗାଣ ଦାୟିତ୍ବ ନେବ ଭାରତ’

ଢେଙ୍କାନାଳ: ବିଶ୍ବନେତୃତ୍ବ ଚାହିଲେ ସମଗ୍ର ବିଶ୍ବର ଗରିବ ଲୋକଙ୍କୁ ଖାଦ୍ୟାନ୍ନ ଯୋଗାଇବା ଦାୟିତ୍ବ ଭାରତ ନେଇପାରିବ। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବର ସହ ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳରେ ଆୟୋଜିତ ଏକ ସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ଢେଙ୍କାନାଳ ଶଙ୍କରପୁରରେ ପହଞ୍ଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ଢେଙ୍କାନାଳ ସଦର ବ୍ଲକ୍‌ ସପ୍ତଶଯ୍ୟା ପଞ୍ଚାୟତ ସଦେଇବେରେଣୀ ଛକରେ ପହଞ୍ଚି ସରକାରୀ ଖୁଚୁରା ବିକ୍ରୟକେନ୍ଦ୍ରକୁ ଯାଇ ‘ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ୫ କେଜି ଲେଖାଏଁ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ଆକାଂକ୍ଷୀ ଜିଲ୍ଲାକୁ ଜଣେ ଲେଖାଏଁ କେନ୍ଦ୍ରମନ୍ତ୍ରୀଙ୍କୁ ପଠାଇଛନ୍ତି। ସେହିକ୍ରମରେ ତାଙ୍କୁ ଢେଙ୍କାନାଳ ଜିଲ୍ଲାର ସମୀକ୍ଷା କରିବା ପାଇଁ ପଠାଯାଇଛି। ୨୦୨୦ ମସିହାରୁ ପ୍ରଧାନମନ୍ତ୍ରୀ ମାଗଣାରେ ଚାଉଳ ବଣ୍ଟନ କରୁଛନ୍ତି। ଏହାର ସୁଷମ ବଣ୍ଟନ ହେଉଛି କି ନାହିଁ, ତା’ର ତଦାରଖ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶବ୍ୟାପୀ ‘ସାମାଜିକ ସମରସତା ଦିବସ’ ପାଳନ ସହ ମନ୍ତ୍ରୀମାନେ ଏହାର ସମୀକ୍ଷା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେନ୍ଦ୍ର ସରକାର ପ୍ରତିମାସରେ ଗରିବ, ଖଟିଖିଆ, ଦଳିତ, ଆଦିବାସୀ, ପଛୁଆବର୍ଗ ଲୋକମାନଙ୍କ ପାଇଁ ମୁଣ୍ତପିଛା ୫ କେଜି ଲେଖାଏଁ ଚାଉଳ ପଠାଉଛନ୍ତି। ସରକାର ପାଖାପାଖି ସାଢେ ୩ କୋଟି ଟଙ୍କା ଖର୍ଚ୍ଚ କରି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଯୋଗାଉଛନ୍ତି। ମାତ୍ର ତାହା ଠିକ୍‌ଭାବେ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ବେଳେ ବେଳେ ଦୁଇ/ତିନି ମାସରେ ଦିଆଯାଉଛି। ଏହାକୁ ତଦାରଖ କରିବା ପ୍ରତି ନିର୍ବାଚିତ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଗଣମାଧ୍ୟମର ଦାୟିତ୍ବ ବୋଲି ସେ ଆହ୍ବାନ ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ନେବାକୁ ଯୋଜନା କରୁଛନ୍ତି। ତାହାହେଲା; ଭାରତର ଗରିବମାନଙ୍କୁ ଯେଭଳି ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି, ସେଭଳି ବିଶ୍ବର ନେତୃତ୍ବ ଚାହିଲେ ସମଗ୍ର ବିଶ୍ବର ଗରିବମାନଙ୍କ ପାଖରେ ଖାଦ୍ୟାନ୍ନ ପହଞ୍ଚାଇବାର ଦାୟିତ୍ବ ଭାରତ ନେଇପାରିବ। ଗତ ଏପ୍ରିଲ୍ ୭ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରର ବୁଲାବିକାଳି ଠାରୁ ଆରମ୍ଭ କରି ଠେଲାଗାଡ଼ି ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରାଯିବ। ଦୀର୍ଘବର୍ଷ ଧରି ଢେଙ୍କାନାଳରେ କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ସରିବାର ନାଁ ଧରୁନାହିଁ। ଭଗବାନ ଚାହିଲେ ତାହା ଚାଷୀମାନଙ୍କ କାର୍ଯ୍ୟରେ ଲାଗିବ ଏବଂ ଶସ୍ୟ ଉତ୍ପାଦନରେ ସମସ୍ୟା ହେବ ନାହିଁ। ଢେଙ୍କାନାଳ ଜିଲ୍ଲା ହେଉଛି ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ ଅନ୍ୟତମ। ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ରହିଛି। ପ୍ରତିମାସରେ ଥରେ ଜିଲ୍ଲା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଆଲୋଚନା ହେଉଥିବା ସେ ସୂଚନା ଦେଇଥିଲେ।

ମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣି କହିଥିଲେ, ଗତ ଅକ୍ଟୋବରରେ ସେ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ ମହିମା ଧର୍ମ ଏବଂ ସନ୍ଥକବି ଭୀମ ଭୋଇଙ୍କ ଉପରେ ଗବେଷଣା କରାଯିବ ବୋଲି ସୂଚନା ଦେଇଥିଲେ। ଏବେ ସେହି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମହିମା ଧର୍ମ ଓ ସନ୍ଥକବିଙ୍କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଛତିଶଗଡ଼ ଜବଲପୁରସ୍ଥିତ ଗୁରୁଘାସି ବିଶ୍ବବିଦ୍ୟାଳୟରେ ଗବେଷଣା କେନ୍ଦ୍ର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ରୁଷିଆ ଏବଂ ୟୁକ୍ରେନ୍ ଲଢେଇ ଯୋଗୁଁ ଆର୍ଥିକ କୁପ୍ରଭାବ ବିଶ୍ବ ଏବଂ ଭାରତ ଉପରେ ପଡ଼ିଛି। ଆଗାମୀ ଦିନରେ ଆମ ଜିଲ୍ଲାର ଶିକ୍ଷା, ସଂସ୍କୃତି, ରୋଜଗାର, ସ୍ବାଭିମାନକୁ ବଢାଇବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe