କୋଣାର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ଶୁକ୍ରବାର ଅପରାହ୍ନରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ନିଜ ପରିବାର ସହିତ  କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଠାକୁର କଡ଼ା ସୁରକ୍ଷା ବଳୟରେ ଆସି କୋଣାର୍କରେ ପହଞ୍ଚିବା ପରେ ଗାଇଡ୍‌ମାନେ ସୂର୍ଯ୍ୟମନ୍ଦିରକୁ ପାଛୋଟି ନେଇଥିଲେ।

adadadad

କୋଣାର୍କ: ଶୁକ୍ରବାର ଅପରାହ୍ନରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ନିଜ ପରିବାର ସହିତ  କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଠାକୁର କଡ଼ା ସୁରକ୍ଷା ବଳୟରେ ଆସି କୋଣାର୍କରେ ପହଞ୍ଚିବା ପରେ ଗାଇଡ୍‌ମାନେ ସୂର୍ଯ୍ୟମନ୍ଦିରକୁ ପାଛୋଟି ନେଇଥିଲେ। ଶ୍ରୀ ଠାକୁର ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟଗୁଡ଼ିକୁ ବୁଲି ଦେଖିବା ସହିତ ଆନନ୍ଦ ପ୍ରକା‌ଶ କରିଥିଲେ।

ପ୍ରଶିକ୍ଷିତ ଗାଇଡ୍‌ ବୁଧନାଥ ନାୟକ କୋଣାର୍କ ସୂର୍ଯ୍ୟମନ୍ଦିର କଳାସ୍ଥାପତ୍ୟ, କାରୁକାର୍ଯ୍ୟ, ସଂସ୍କୃତି ସହିତ ଐତିହାସିକ ଓ ପୌରାଣିକ ତଥ୍ୟ ଉପରେ ମନ୍ତ୍ରୀ ଓ ତାଙ୍କ ପରିବାରବର୍ଗକୁ ବୁଝାଇଥିଲେ। ଏହି ପରିଦର୍ଶନ ସମୟରେ  କୋଣାର୍କ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। କୋଣାର୍କ ଥାନା ଆଇଆଇସି ପୂର୍ଣଚନ୍ଦ୍ର ସେଠୀ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିଥିଲେ। ସୂର୍ଯ୍ୟମନ୍ଦିର ପରିଭ୍ରମଣ ପରେ ମନ୍ତ୍ରୀ ପୁରୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe