ଏକଲବ୍ୟ ବିଦ୍ୟାଳୟ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

Advertisment
ଏକଲବ୍ୟ ବିଦ୍ୟାଳୟ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ତୁମୁଡ଼ିବନ୍ଧ/ପାରଳାଖେମୁଣ୍ଡି : କେନ୍ଦ୍ର ଜଳ, ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଦିନିକିଆ କନ୍ଧମାଳ ଓ ଗଜପତି ଜିଲ୍ଲା ଗସ୍ତରେ ଆସି ତୁମୁଡ଼ିବନ୍ଧ ବ୍ଳକ୍‌ର ତୁତୁଲୁବା ଓ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ର ସେରଙ୍ଗ ଠାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି।

ପ୍ରଥମେ ସେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ମୁଣ୍ଡିଗଡ଼ ଠାରେ ଥିବା ମାନସିଂହ ମିନି ଷ୍ଟାଡ଼ିୟମରେ ୧୦ଟା ୩୦ ରେ ପହଁଚିଥିଲେ। ଏଠାରେ ସେ ତୁତୁଲୁବା ଏକଲବ୍ୟ ମଡ଼େଲ ସ୍କୁଲର ଶିଳାନ୍ୟାସ କରିଥିଲେ। ପରେ ସେ ଜିଲ୍ଲା ବିଜେପି ପକ୍ଷରୁ ଏକ ମିଶ୍ରଣ ସଭାରେ ଯୋଗ ଦେଇଥିଲେ। ଉଦ୍‌ବୋଧନ ଦେଇ ସେ କହିଥିଲେ, ନବୀନ ସରକାରଙ୍କୁ ଚିହ୍ନିବାର ପ୍ରକୃତ ସମୟ ଆସିଛି। କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍‌ କରି ନିଜ ନାମ‌ରେ ଲୋକଙ୍କୁ ରାଜ୍ୟ ସରକାର ୨୧ ବର୍ଷ ହେଲା ଠକି ଚାଲିଛନ୍ତି ବୋଲି କହିଥିଲେ। ତେଣୁ ଚଳିତ ନିର୍ବାଚନରେ ରାଜ୍ୟବାସୀ ସଠିକ ପ୍ରାର୍ଥୀକୁ ଚୟନ କରିବାକୁ ପରାମର୍ଶ ଦେଇଥିଲେ। ଏଠାରୁ ସେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଆଶ୍ରମକୁ ଯାଇ ବ୍ରହ୍ମଲୀନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ସହ ଆଶ୍ରମ ପରିଚାଳନା ଓ ଆଦିବାସୀ ଛାତ୍ରୀଙ୍କ ସଂପର୍କରେ ଆଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ପ୍ରାୟ ଅଧଘଣ୍ଟା ବିଳମ୍ବରେ ଗଜପତିରେ ପହଁଚି ସେରଙ୍ଗ ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ଫଳକରେ ବ୍ରହ୍ମପୁର ସାଂସଦଙ୍କ ନାମ ଥିଲେ ମଧ୍ୟ ସାଂସଦ ଚନ୍ଦ୍ରଶେଖର ସାହୁ ଅନୁପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe