୨୦୦କୋଟି ବ୍ୟୟରେ ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର; ଜମି ଯୋଗାଇବା ପାଇଁ ନବୀନଙ୍କ ପ୍ରତିଶ୍ରୁତି

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

୨୦୦କୋଟି ବ୍ୟୟରେ ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର; ଜମି ଯୋଗାଇବା ପାଇଁ ନବୀନଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଓଡିଶାର ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ ଓ  କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଖର୍ଚ୍ଚ କରିବେ ବୋଲି କହିଛନ୍ତି  ପ୍ରତାପ ଷଡଙ୍ଗୀ ।  ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଆଲୋଚନା ହୋଇଥିବା ପ୍ରକାଶ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ଏହି  ପ୍ରକଳ୍ପ ଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।  ଓଡିଶାର ବ୍ରହ୍ମପୁର, କେନ୍ଦୁଝର,କଳାହାଣ୍ଡି ଓ ବାଲେଶ୍ୱରରେ ହେବ ଏହାର ଏକ୍ସଟେନସନ ସେଣ୍ଟର ପ୍ରତିଷ୍ଠା ହେବ । ପ୍ରତ୍ୟେକ ସେଣ୍ଟର ପାଇଁ ୨୦ କୋଟି ଖର୍ଚ୍ଚ ହେବ । ସାରା ଭାରତରେ  ୨୨୬ଟି ଏମଏସଏମଇ କ୍ଲଷ୍ଟର ହେବାକୁ ଥିବା ବେଳେ ରାଜ୍ୟରେ ୪୫ଟି କ୍ଲଷ୍ଟର ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

publive-image

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଏବଂ ଗଂଜାମ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡିଥିବା ପ୍ରାୟ ୬ ହଜାର ୭ ଶହ ଏକର ସମୁଦ୍ର କୂଳିଆ ଜମିରେ ମାଛ ଚାଷୀଙ୍କୁ ଛୋଟ ଛୋଟ ଜମି  ବାଣ୍ଟିବାକୁ ଯୋଜନା କରାଯାଉଛି, ଯାହାଦ୍ୱାରା ଓଡ଼ିଶାରେ ମତ୍ସ୍ୟଚାଷର ଉତ୍ପାଦ ବଢିବା ସହ କ୍ଷୁଦ୍ର ଚାଷୀଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇବ । ସେହିଭଳି ଓଡିଶାରେ କ୍ରେଜ କଲଚର ମଧ୍ୟ ଆରମ୍ଭ ହୋଇଛି,  ଯାହାକୁ ସମୁଦ୍ର ଏବଂ ପଥର ଖାଦାନ ଖୋଲମାନଙ୍କରେ ଆରମ୍ଭ କରାଯାଉଛି । ତେବେ ଏ ନେଇ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ ହେବ । ଯେଉଁଥିରେ ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ଆଲୋଚନା କରାଯିବ ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏମଏସଏମଇ ବିଭାଗ ପକ୍ଷରୁ ଆଗକୁ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe