କଟକ : କେନ୍ଦ୍ର ଯୋଜନାକୁ ଅଟକାଇବା ପାଇଁ ଓଡ଼ିଶା ସରକାର ସ୍ପିଡ୍ବ୍ରେକର୍ ସାଜିଛନ୍ତି। ରାଜ୍ୟକୁ ନିର୍ବାଚନ ପ୍ରଚାରରେ ଆସି କେନ୍ଦ୍ର ସ˚ଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ୍ ନକ୍ବୀ ଏହି ଅଭିଯୋଗ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ନକ୍ବୀ କଟକ ସହର ସମେତ ସାଲେପୁର ଓ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଅପରାହ୍ନରେ ମନ୍ତ୍ରୀ ଶ୍ରୀ ନକ୍ବୀଙ୍କ କଦମ ରସୁଲ୍କୁ ଯିବା ପରେ ସେଠାରୁ ପ୍ରଚାରରେ ବାହାରିଥିଲେ। ସେଠାରୁ ଶ୍ରୀ ସେ ପଦଯାତ୍ରାରେ ବାହାରି ଗୌରୀଶଙ୍କର ପାର୍କ, ଗଙ୍ଗା ମନ୍ଦିର, ଦେଵାନ ବଜାର ଦେଇ ସୂତାହାଟଠାରେ ପହଞ୍ଚିଥିଲେ। ସୂତାହାଟଠାରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।
ବିଧାୟକ ପ୍ରାର୍ଥୀ ସମୀର ଦେ’ଙ୍କ ସହିତ ରାଷ୍ଟ୍ରୀୟ ସ˚ଖ୍ୟାଲଘୁ ଉପ ସଭାପତି ଇର୍ଫାନ୍ ଏହମ୍ମଦ, ଯୁବ ବିଜେପି ରାଜ୍ୟ ମହାସଚିବ ସିକନ୍ଦର ଅଲ୍ଲୀ, ସେକ୍. ମତଲୁବ ଅଲ୍ଲୀଙ୍କ ସହ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।
ସାଧାରଣ ସଭାରେ ନକ୍ବୀ କହିଥିଲେ ଯେ, ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ବିକାଶ ପହଞ୍ଚିବା ଦରକାର। ସେଥିପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ସେସବୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ତେଣୁ ଏହି ଯୋଜନାଗୁଡ଼ିକୁ ଅଟକାଉଥିବା ରାଜ୍ୟର ସ୍ପିଡ୍ବ୍ରେକରକୁ ସମସ୍ତେ ଚିହ୍ନିବାକୁ ପଡ଼ିବ।
ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ନକ୍ବୀ ସାଲେପୁରର ଭାତପଡ଼ା ଖେଳପଡ଼ିଆ ଠାରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ତଳୀ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ତା ଓ ସାଲେପୁର ନିର୍ବାଚନମଣ୍ତଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସପକ୍ଷରେ ପ୍ରଚାର କରିଥିଲେ।
Follow Us