ଦିଲ୍ଲୀ ବିମାନ ବନ୍ଦରରେ ସହିଦ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ଦିଲ୍ଲୀ ବିମାନ ବନ୍ଦରରେ ସହିଦ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମଙ୍ଗଳବାର ଶହୀଦ ପ୍ରଦୀପ ପଣ୍ଡାଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଜମ୍ମୁ କଶ୍ମୀରରୁ ପ୍ରଦୀପଙ୍କ ମରଶରୀର ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ଓରାମ ଶେଷ ଦର୍ଶନ କରିଛନ୍ତି। ଏହା ପରେ ପ୍ରଦୀପଙ୍କ ପାର୍ଥିବ ଶରୀରକୁ ନେଇ ଓଡ଼ିଶା ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ବାହାରି ଥିବା ଜଣା ପଡ଼ିଛି । ପ୍ରଦୀପଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ତାଙ୍କ ଜନ୍ମଭୂମି ସୁନ୍ଦରଗଡ଼ ରାଜଗାଙ୍ଗପୁରର ଲିପଲୋଇକୁ ନିଆଯିବା ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବାର ସୂଚନା ରହିଛି ।

ଜମ୍ମୁ କାଶ୍ମୀରରେ ଫୁଲୱାମା ଲୋଥାପୋରାରେ ଆତଙ୍କବାଦୀ ଆକ୍ରମଣରେ ଶନିବାର ସିଆରପିଏଫ୍ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ। ସେଥି ମଧ୍ୟରେ ସୁନ୍ଦରଗଡ଼ର ପ୍ରଦୀପ ପଣ୍ଡା ଥିଲେ। ସହିଦ ପ୍ରଦୀପଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଥିଲା। ଏ ନେଇ ସିଆରପିଏଫ୍‌ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe