୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ

ଭାଷା ସଂଗମ ଓ ମୋବାଇଲ୍‌ ଆପ୍‌ର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ

India News Diary

ଭୁବନେଶ୍ବର: ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ୨୨ଟି ଆଞ୍ଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ। ଏଥିପାଇଁ ଆଜି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଭାଷା ସଂଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହାସହ ଭାଷା ସଂଗମ ମୋବାଇଲ ଆପ୍ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ୍ ଗେମ୍ ଆପ୍‌’ର ମଧ୍ୟ ଶୁଭାରମ୍ଭ ହୋଇଛି।

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆୟୋଜିତ ଏହି ସ୍ବତନ୍ତ୍ର ଲୋକାର୍ପଣ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ଶୁଭାରମ୍ଭ ହୋଇଥିବା ଭାଷା ସଂଗମ; ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ପ୍ରଦାନ କରିବ । ଭାଷା ସଂଗ୍ରାମ ମୋବାଇଲ୍‌ ଆପ୍‌ରେ ଦେଶରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଗୁଡିକୁ ୨୨ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଆପ୍ ମାଧ୍ୟମରେ ସାଧାରଣ କଥାଗୁଡିକର ପ୍ରୟୋଗ ବିଭିନ୍ନ ଭାଷାରେ କ’ଣ କୁହାଯାଏ ଜାଣିପାରିବେ। ଏତଦବ୍ୟତୀତ ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ୍ ଆପର ବ୍ୟବହାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ରାଜ୍ୟର ସମୃଦ୍ଧ ସଂସ୍କୃତି, ଦେଶର ବୀର ସଂଗ୍ରାମୀ, ଐତିହ୍ୟ, ପରମ୍ପରା, ପର୍ଯ୍ୟଟନ ସ୍ଥଳୀ, ଭାଷା, ଭୂଗୋଳ, ଇତିହାସକୁ ଅଧିକ ଜାଣିପାରିବେ। ଆଗାମୀ ଦିନରେ ଭାଷାକୁ କ୍ରେଡିଟ୍ ଅର୍ନିଂ ବ୍ୟବସ୍ଥାରେ ଏକତ୍ରିତ କରାଯିବ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଆର୍‌.ଆର୍‌ ସିଂହ, ସ୍କୁଲ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗର ସଚିବ ଅନିତା କରୱାଲ, ଉଚ୍ଚ ଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି, ମାଇଁ ଗଭର୍ଣ୍ଣାନ୍‌ସର ସିଇଓ ଅଭିଷେକ ସିଂହ ଏବଂ କଲେଜ ଓ ବିଶବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe