କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ରୋଡ୍‌‌ସୋ’

Advertisment

ଆଠଗଡ଼ ସଭାରେ ବି ଯୋଗଦେଲେ

ଆଠଗଡ଼ ସଭାରେ ବି ଯୋଗଦେଲେ

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ରୋଡ୍‌‌ସୋ’

ପୁରୀ/ଆଠଗଡ଼ : କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଆଜି ନିର୍ବାଚନ ପ୍ରଚାରରେ ଆସି ସତ୍ୟବାଦୀରୋ ରୋଡ୍‌ସୋ’ କରିଛନ୍ତି। ଏଥିସହିତ, ଆଠଗଡ଼ରେ ଅନୁଷ୍ଠିତ ବିଜେପି ସଂକଳ୍ପ ଶୋଭାଯାତ୍ରାରେ ଯୋଗଦେଇଛନ୍ତି।

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆଜି ଆୟୋଜିତ ରୋଡ୍‌ ସୋ’ରେ ଯୋଗଦେଇ ଶ୍ରୀ ଗୋଏଲ କହିଥିଲେ, ଉପକୂଳ ରାଜପଥ ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ। ଆହୁରି ମଧ୍ୟ କହିଥି‌େଲ ଯେ, ଚିଲିକାକୁ କେନ୍ଦ୍ର ସରକାର ସୁରକ୍ଷିତ ରଖିବାକୁ ସର୍ବଦା କାର୍ଯ୍ୟ କରୁଛନ୍ତି। ସତ୍ୟବାଦୀ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେଇ ଗୋଏଲ କହିଲେ ବିଜେପି ଆସିଲେ ସତ୍ୟବାଦୀ ବଜାରରେ ରେଳ ଓଭର୍‌ବ୍ରିଜ୍‌ କରାଯିବ l ବିକାଶକୁ ବ୍ୟାପକ କରାଯିବ।

ଶ୍ରୀ ଗୋଏଲଙ୍କ ରୋଡ୍‌ସୋ’ରେ ପୁରୀର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଯୋଗଦେଇଥିଲେ।

ସେହିଭଳି, ଆଠଗଡ଼ ବିଶ୍ବନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ବିଜେପି ସଂକଳ୍ପ ସମାବେଶରେ ଯୋଗଦେଇ କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟଙ୍କ ପାଇଁ ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe