ଡିଆରଡିଓ ସହାୟତାରେ କୋଭିଡ୍‌ ହସ୍‌ପିଟାଲ ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Advertisment
ଡିଆରଡିଓ ସହାୟତାରେ କୋଭିଡ୍‌ ହସ୍‌ପିଟାଲ ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

odishasuntimes.com

ବାଲେଶ୍ବର : କୋଭିଡ୍‌ ରୋଗୀଙ୍କ ପାଇଁ ଔଷଧ ପ୍ରସ୍ତୁତିଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ)। କରୋନା ଯୁଦ୍ଧରେ ସାମିଲ ହୋଇଥିବା ଏହି ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ମଧ୍ୟ ଖୋଲିଛି। ଯେଉଁଠି ରୋଗୀଙ୍କ ପାଇଁ ଆଇସିୟୁ, ଭେଣ୍ଟିଲେଟର, ଅକ୍ସିଜେନ୍‌ ସମେତ ସବୁପ୍ରକାର ଚିକିତ୍ସା ସୁବିଧା ରହିଛି। ଡିଆର୍‌ଡିଓ ସହଯୋଗରେ ଏକାଧିକ ରାଜ୍ୟ ସରକାର କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବାବେଳେ ଓଡ଼ିଶା ମଧ୍ୟ ଏହାର ସହଯୋଗ ନେଇପାରିବ ବୋଲି କହିଛନ୍ତି ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଏ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଡିଆର୍‌ଡିଓ ସହାୟତାରେ ବାଲେଶ୍ବରଠାରେ ଏକ କୋଭିଡ୍‌ କେୟାର ହସ୍‌ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏ ନେଇ ବିଧିବଦ୍ଧ ପ୍ରସ୍ତାବ ଦେବାକୁ ସେ ଚିଠି‌ରେ ଉଲ୍ଲେଖ କରିଛନ୍ତି।

ଗୁରୁତର ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥାଇ କୋଭିଡ୍ ହସ୍ପିଟାଲ ଖୋଲାଯିବାକୁ ପ୍ରସ୍ତାବ ଦେଲେ ପ୍ରତିରକ୍ଷା ମନ୍ତ୍ରାଳୟ ନିଶ୍ଚୟ ଏହାକୁ ବିଚାରକୁ ନେବ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ‌ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe