୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

Advertisment

୫ ହଜାର କୋଟି ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ, ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି

୫ ହଜାର କୋଟି ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ, ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି

୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

Odisha Bytes

ଭୁବନେଶ୍ୱର : ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ଆଜି ସମୀକ୍ଷା କରାଯାଇଛି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମସ୍ତ ସାଗରମାଳା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଭାରତ ସରକାରଙ୍କ ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ ହୋଇଛି। ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି ଏବଂ ୧୯ ହଜାର ୫୯ କୋଟି ଟଙ୍କା ମୂଲ୍ୟର ୧୦ଟି ପ୍ରକଳ୍ପର ନିର୍ମାଣ କାମ କରାଯାଉଛି। ରାଜ୍ୟରେ ବନ୍ଦରର ନବୀକରଣ, ବନ୍ଦର ସହ ସଂଯୋଗ ସ୍ଥାପନା, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ଉପକୂଳ ସମୂହର ବିକାଶ ଉପରେ ଧ୍ୟାନ ଦିଆଯାଇଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଉପକୂଳବର୍ତୀ ଅଞ୍ଚଳକୁ ଆର୍ଥିକ ବିକାଶ ଏବଂ ଆନ୍ତର୍ଜାତିକ ଭାଲ୍ୟୁ ଚେନ୍‌ର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବ। ସେହିପରି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ୫୦ କୋଟି ଟଙ୍କା ପୁଞ୍ଜିନିବେଶରେ ହେବାକୁ ଥିବା ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ନୂତନ ମାଛଧରା ବନ୍ଦର ଚାନ୍ଦିପୁରର ମତ୍ସ୍ୟଜୀବୀ ତଥା ସ୍ଥାନୀୟ ଅଂଚଳବାସୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ସହ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ନୀଳ ବିପ୍ଳବ ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe