ଜଳଶକ୍ତି ଓ ଜନଜାତି ବ୍ୟାପାର ବିଭାଗ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

Advertisment
‘୨୦୨୪ରେ ରାଜ୍ୟରେ ସରକାର ଗଠନ କରିବ ବିଜେପି’

ଭୁବନେଶ୍ବର: କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ବୁଧବାର ରାଜ୍ୟ ଅତିଥ ଭବନରେ ଶ୍ରୀ ଟୁଡ଼ୁ ନିଜ ବିଭାଗ ଅଧୀନରେ ଓଡ଼ିଶାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଚାଲୁଥିବା ସମସ୍ତ ଜଳସେଚନ ପ୍ରକଳ୍ପ, ଡ୍ୟାମ, ଭୂତଳ ଜଳ ବ୍ୟବସ୍ଥା, ପାନୀୟ ଜଳଯୋଗାଣ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ସେହିପରି ଜନଜାତି ମନ୍ତ୍ରଣାଳୟ ଅଧୀନରେ ଥିବା ଟ୍ରାଇଫେଡ୍‌, ଟିଆର୍‌ଇ ଓ ଏନ୍‌ଏସ୍‌ଟି ଡିଏଫ୍‌ସି ଅଧୀନରେ ଓଡ଼ିଶାରେ ଚାଲୁଥିବା ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଲଘୁ ବନଜାତ ଦ୍ରବ୍ୟର ବଜାରୀକରଣ ଓ ସର୍ବନିମ୍ନ ସହାୟକ ମୂଲ୍ୟର କାର୍ଯ୍ୟକାରିତା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହି ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଭୁବନେଶ୍ବରର ମୁଖ୍ୟ ଯନ୍ତ୍ରୀ, କେନ୍ଦ୍ରୀୟ ଭୂତଳ ଜଳବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ, ୱାପକସ୍‌ର ମହାପ୍ରବନ୍ଧକ, ଟ୍ରାଇଫେଡ୍‌ର ଆଞ୍ଚଳିକ ପ୍ରବନ୍ଧକ, ଏନ୍‌ଏସ୍‌ଡି ଡିଏଫ୍‌ସିର ମହାପ୍ରବନ୍ଧକ ଓ ଟିଆର୍‌ଇର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe