‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଓଡ଼ିଶାରେ ହେବା ଦରକାର: ଜୟଶଙ୍କର

‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଓଡ଼ିଶାରେ ହେବା ଦରକାର: ଜୟଶଙ୍କର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ବତନ୍ତ୍ର ଭାବ‌ରେ ରହିଛି। ଭାରତ ସରକାରଙ୍କ ଆୟୋଜନରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ଅପରାହ୍‌ଣରେ ଏହା କହିଛନ୍ତି। ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଆୟୋଜିତ ବୁଦ୍ଧିଜୀବୀ ଓ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି ଓ ପରଂପରାକୁ ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବାର ଏହା ହେଉଛି ନି‌ଦ୍ଦର୍ଶନ। ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ।

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ପ୍ରତିଭା ଓ ଦକ୍ଷତା ରହିଛି। ମୋଦୀଙ୍କ ଗ୍ୟାରେଣ୍ଟି ସୀମା ପାର ମଧ୍ୟ କାମ କରିଥାଏ। କେହି ଭାରତୀୟ ବିଦେଶରେ ଫସିଲେ ମୋଦୀ ସରକାର ଉଦ୍ଧାର କରି ଆଣିଥାନ୍ତି। ୟୁକ୍ରେନ୍‌, ସୁଦାନ, ଇସ୍ରାଏଲରୁ ଓଡ଼ିଶା ଲୋକଙ୍କୁ ଉଦ୍ଧାର କରାଯାଇଛି।  ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଦେଇଛନ୍ତି। ସାଗରମାଳା ପ୍ରକଳ୍ପ ମାଧ୍ୟମରେ ୫୪ ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ମୋଦୀଙ୍କ କାର୍ଯ୍ୟାକାଳରେ ୨୦ଟି ପାସ୍‌ପୋର୍ଟ କେନ୍ଦ୍ର ଖୋଲିଛି। ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ମିଳିଛି। ସ୍ବନିଧୀ  ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡ଼ିଶାରୁ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଛନ୍ତି, ‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଏଠି ହେବା ଦରକାର। ଓଡ଼ିଶାର ସହଯୋଗରେ ସଂସଦରେ ୪୦୦ ପାର୍‌ ହେବା ଦରକାର। ଓଡ଼ିଶାରେ ଥିବା ପ୍ରାକୃତିକ ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇପାରି ନାହିଁ। ତେଣୁ ଚଳିତ ନିର୍ବାଚନରେ ଓଡ଼ିଶା ଲୋକ ମୋଦୀଙ୍କୁ ସଶକ୍ତ କରିବେ ବୋଲି ବିଶ୍ବାସ ରହିଛି। ଓଡ଼ିଶାରେ ସବୁ ଥାଇ ମଧ୍ୟ ସେହି ଅନୁପାତରେ ବିକାଶ ହୋଇପାରି ନାହିଁ। ଆଜିର ଓଡ଼ିଶାକୁ ଦେଖିଲେ ଆହୁରି ବିକାଶ ହେବାର ଥିଲା।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି ଯେ, ମୋଦୀ ସରକାର ପାଇଁ ଦେଶ ପ୍ରଥମ ଓ ଦେଶର ସୁରକ୍ଷା ମଧ୍ୟ ପ୍ରଥମ। ଦେଶ ସରକାର ପାଇଁ ମୋଦୀ ସରକାର କୌଣସି ସାଲିସ କରିବ ନାହିଁ। ଓଡ଼ିଶାର ବିକାଶରେ କେନ୍ଦ୍ର ସହାୟତା। ଓଡ଼ିଶାର ପ୍ରତିଭା ଓ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିରବଚ୍ଛିନ୍ନ ଭାବେ ସହାୟତା ଯୋଗାଉଛନ୍ତି। ଓଡ଼ିଶାର ୨ଟି ସ୍ମାର୍ଟସିଟି ପାଇଁ କେନ୍ଦ୍ର ଅନୁଦାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପୂର୍ବତନ ସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe