ଜଗତସିଂହପୁର : କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ବନ୍ଦର ଗସ୍ତରେ ଆସିଛନ୍ତି।
ଜବାହାର ଅତିଥି ଭବନରେ ସେ ପହଞ୍ଚିବା ପରେ ବନ୍ଦର ଅଧ୍ୟକ୍ଷ ପି.ଏଲ୍ ହାରାନାଦ୍, ଉପାଧ୍ୟକ୍ଷ ଏ.କେ ବୋଷ୍ ତାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ମନ୍ତ୍ରୀ ପାରାଦୀପ ବନ୍ଦରର ପୋତାଶ୍ରୟ ଅଂଚଳ ପରିଦର୍ଶନ କରି ସେଠାରେ ପାରାଦୀପ ବନ୍ଦରର ପଣ୍ୟ କାରବାର ସ୍ଥିତି ଅନୁଧ୍ୟାନ କରିଥିଲେ। ପାରାଦୀପ ବନ୍ଦରର ଆଗାମୀ ପ୍ରକଳ୍ପ ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶନିବାର ଦିନ ମନ୍ତ୍ରୀ ଶ୍ରୀ ଠାକୁର ବନ୍ଦରର ସ୍ଥିତି ସଂପର୍କରେ ଆଲୋଚନା କରିବା ସହ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବନ୍ଦର ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Follow Us