ଭୁବନେଶ୍ବରରେ ଦୁର୍ଗାମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, ମା’ଙ୍କଠୁ ନେଲେ ଆଶୀର୍ବାଦ

ଭୁବନେଶ୍ବରରେ ଦୁର୍ଗାମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, ମା’ଙ୍କଠୁ ନେଲେ ଆଶୀର୍ବାଦ

ଭୁବନେଶ୍ବର: ପବିତ୍ର ନବରାତ୍ରୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ମହାନବମୀରେ କେନ୍ଦ୍ରମନ୍ତ୍ରୀ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ପ୍ରଧାନ ଆଜି ସନ୍ଧ୍ୟାରେ ସହିଦ୍‌ନଗର ପରେ ରସୁଲଗଡ଼ ଓ ନୟାପଲ୍ଲୀ ଦୁର୍ଗାମଣ୍ଡପକୁ ବୁଲିବାକୁ ଯାଇଥିଲେ। ଦୁର୍ଗାପଜୂା ମଣ୍ଡପରେ ମା’ଙ୍କୁ ପୂଚାର୍ଚ୍ଚନା କରିଥିଲେ। ଏଥି ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂଜା କମିଟିର ଆୟୋଜକଙ୍କ ସହିତ କଥାବାର୍ତ୍ତା କରିଥିଲେ। ତାଙ୍କ ସାଙ୍ଗରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବାବୁ ସିଂ ପ୍ରମୁଖ ଉପସ୍ଥିତଥିଲେ ।

publive-image

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଦିନ ସମୟରେ ପୁରୀ ଜିଲ୍ଲା ବୀର ରାମଚନ୍ଦ୍ରପୁରର ଗ୍ରାମ ଦେବତୀ ମା’ ମଣିନାଗ ଦୁର୍ଗାଙ୍କ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏନେଇ ଟୁଇଟ୍‌ କରି ସୂଚନା ଦେଇଥିଲେ। ସେ କହିଥିଲେ ଯେ,  ମା’ଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲି। ଏହି ଅବସରରେ ଗାଁର ଗୁରୁଜନମାନେ 'ମୋ ଗାଁ ବୀର ରାମଚନ୍ଦ୍ରପୁର' ପୁସ୍ତକ ପ୍ରଦାନ କରିଥିବାରୁ ଧନ୍ୟବାଦ । ମନ୍ଦିର ପ୍ରାଙ୍ଗଣରେ ଗାଁର ଗୁରୁଜନଙ୍କ ସହ ସ୍ଥାନୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe