ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଛାତ୍ର କଂଗ୍ରେସର କାଳିମାଡ଼

Advertisment
ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଛାତ୍ର କଂଗ୍ରେସର କାଳିମାଡ଼

ପୁରୀ : କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ସଂଜୀବ କୁମାର ବଲୟାନ ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଶ୍ରୀ ବଲୟାନ ରବିବାର ରାତିରେ ଶ୍ରୀମନ୍ଦିରଠାରେ ପହଞ୍ଚିବାପରେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ବରିଷ୍ଠ ସେବାୟତ ତଥା ବିଜେପି ନେତା ମଧୁସୂଦନ ସିଂହାରୀ କେନ୍ଦ୍ରମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଖୁସି ପ୍ରକଟ କରିଥିଲେ। ତେବେ, ଶ୍ରୀମନ୍ଦିର ଐତିହ୍ୟ କରିଡର ଉପରେ ସେ କୌଣସି ମନ୍ତବ୍ୟ ଦେଇନଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଅନ୍ୟପଟେ ଦର୍ଶନ ସାରି ଫେରିବାବେଳେ ପୁରୀ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ବଡ଼ଦାଣ୍ଡ ମାର୍କେଟ୍‌ ଛକରେ କାଳିମାଡ଼ କରାଯାଇଛି। ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିବା କୁହାଯାଇଛି। ଆଜିର ଏହି ପ୍ରତିବାଦରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଆଶୁ ତୋଷ ମିଶ୍ର, ଅଗଷ୍ଟିନ୍‌ ଜୋସେଫ୍‌, ସାହିଲ ମହାନ୍ତି, ‌ସୋମନାଥ ନାୟକ, ହେମନ୍ତ ପ୍ରଧାନ, ସନ୍ଦୀପ ବିଶ୍ବାଳ ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe