ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କ‌ଲେ କେନ୍ଦ୍ରମନ୍ତ୍ରୀ

Advertisment
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କ‌ଲେ କେନ୍ଦ୍ରମନ୍ତ୍ରୀ

କଟକ : କଟକର ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶାନ୍ତୁନ ଠାକୁର।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, ଦେଶର ଏକ ପବିତ୍ର ସ୍ଥାନ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଭାରତର ସ୍ବାଧୀନତା ପାଇଁ ନେତାଜୀଙ୍କ ସଂଗ୍ରାମକୁ ଦେଶର ଯୁବପିଢିଙ୍କ ନିକଟରେ ଆହୁରି ବ୍ୟବସ୍ଥିତ ଢଙ୍ଗରେ ରଖିବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେବା ସହ ପାରାଦୀପ ‌ବନ୍ଦରର ଉନ୍ନତୀକରଣ ପାଇଁ ବନ୍ଦରକୁ ଯୋଗାଯୋଗ ପାଇଁ ଅଧିକ ରେଳ ଲାଇନ୍ ସଂଯୋଗ ଦିଗରେ ପଦକ୍ଷେପ ନେବାକୁ ସେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି। ମନ୍ତ୍ରୀ ଶ୍ରୀ ଠାକୁରଙ୍କ ସହିତ ପାରାଦୀପ ପୋର୍ଟର ମୁଖ୍ୟ ମେକାନିକାଲ ଇଂଜିନିୟର ଏସ୍‌. କେ. ଦାସଙ୍କ ସମେତ ପୋର୍ଟର ବହୁ ଅଧିକାରୀ, ସଂଗ୍ରହାଳୟର ଅଧିକାରୀ ଜଳେନ୍ଦ୍ର ରାୟ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ‌ବୈଦେଶ୍ବର ପଣ୍ଡା, ଗୋପାଳ ବେହେରା, ଅମିତ ମିତ୍ର, ନମିତା ମିଶ୍ର, ମହେନ୍ଦ୍ର ମହାନ୍ତି, ପ୍ରବୀଣା ମହାପାତ୍ର, ହେମନ୍ତ ବେହେରା, ଜୟକୃଷ୍ଣ ସ୍ବାଇଁ, ମହମ୍ମଦ ସବିର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe