‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ସୁପାରିସ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

Advertisment
‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ  ସୁପାରିସ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

Photo: Twitter

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍‌ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀସ୍ଥିତ ସ୍ୱର୍ଣ୍ଣିମ ବେଳାଭୂମିକୁ ମନୋନୀତ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ପୁରୀ ବେଳାଭୂମିର ଆକର୍ଷକ ଫଟୋ ଟୁଇଟ୍ କରି ଶ୍ରୀ ପ୍ରଧାନ  କହିଛନ୍ତି, ଏହି ଅଞ୍ଚଳକୁ ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜମେଣ୍ଟ(ସିସକମ୍‌) ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍‌ ବ୍ଲୁ ଫ୍ଲାଗ୍‌ ବିଚ୍‌ ଭାବେ ବିକଶିତ କରାଯାଇଛି।

publive-image Photo: Twitter

ବିମ୍‌ସ ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଆବଶ୍ୟକତା ଭିତ୍ତିରେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଅଛି। ପୁରୀ ସ୍ୱର୍ଣ୍ଣିମ ବେଳାଭୂମିରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ବିମ୍‌ସ ଅଧୀନରେ ସିସକମ୍‌ ବିଗତ ଅଢ଼େଇ ବର୍ଷରେ ୮.୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି। ପୁରୀ ବେଳାଭୂମିରେ ସ୍ୱଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ଓ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି।

publive-image

ସେହିପରି ପର୍ଯ୍ୟଟନ ଓ ମନୋରଞ୍ଜନ ସୁବିଧାଗୁଡ଼ିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ୱାଚ୍‌ ଟାୱାରର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସି ଟିଭି, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନା ପରିଚାଳନା ବ୍ୟବସ୍ଥାର ବ୍ୟବହାର କରାଯାଉଛି। ଏହି ବିଶ୍ୱସ୍ତରୀୟ ସୁବିଧା ହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲକ୍ଷିତ ହେବ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe