ଫନି କ୍ଷତିଗ୍ରସ୍ତ ରାହାଙ୍ଗିରିଆ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ଫନି କ୍ଷତିଗ୍ରସ୍ତ ରାହାଙ୍ଗିରିଆ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

photo-oneindia

ଭୁବନେଶ୍ୱର: ବାତ୍ୟା ଫନିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଂଚାୟତ ରାହାଙ୍ଗିରିଆ ଗାଁକୁ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଦଳୀୟ ନେତା ସମ୍ବିତ ପାତ୍ର ଓ ଦଳର ସଦସ୍ୟଙ୍କ ସହ ଶନିବାର ଗସ୍ତ କରି ସେଠାକାର ଲୋକଙ୍କର ସହ ଆଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି, ବାତ୍ୟାରେ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଧୀରେ ଧୀରେ ସ୍ୱାଭାବିକ ହେବା ଆରମ୍ଭ କରିଛି। ପୁରୀ ସଦର ଓ ଅନ୍ୟାନ୍ୟ ପ୍ରମୁଖ ଅଂଚଳରେ ବିଜୁଳି ପହଂଚିଥିବା ବେଳେ ଏପର୍ଯ୍ୟନ୍ତ ରାହାଙ୍ଗିରିଆ ସମେତ ଅନେକ ଗ୍ରାମାଂଚଳରେ ବିଦ୍ୟୁତ ପହଂଚିନାହିଁ। ତେଣୁ ପୁରୀ ଜିଲ୍ଲାର ସବୁ ଗାଁକୁ ବିଜୁଳି ପହଂଚାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିର ଏହି ଗସ୍ତକାଳରେ ରାହାଙ୍ଗିରିଆ ଲୋକମାନେ ଗାଁର ବିକାଶ ଓ ପୁନରୁଦ୍ଧାର ସମ୍ବନ୍ଧୀୟ ସମସ୍ୟା ଜଣାଇବା ବେଳେ ଗାଁଗଣ୍ଡାରେ ସବୁ ସୁବିଧା ଶୀଘ୍ର ସ୍ୱାଭାବିକ କରାଯିବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯିବ। ସବୁ ଲୋକଙ୍କୁ ନ୍ୟାୟ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe