ମା’ ତାରିଣୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ମା’ ତାରିଣୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଘଟଗାଁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ଶ୍ରୀ ମୁଣ୍ଡା ଆଜି ପୂର୍ବାହ୍ନ ୧୦ଟା ବେଳେ ମା’ ତାରିଣୀ ମନ୍ଦିରରେ ଆସି ପହଞ୍ଚିଥିଲେ। ମା’ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ, ମା’ ତାରିଣୀଙ୍କ ଧାନରେ ନିର୍ମିତ ମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ପ୍ରମୋଦ କୁମାର ଦେହୁରୀ, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପରେ ଘଟଗାଁ ବଜାରର ପାଲାମଣ୍ଡପରେ ଶ୍ରୀ ମୁଣ୍ଡା ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଘସିପୁରା ନିର୍ବାଚନମଣ୍ଡଳୀର ସମସ୍ତ କାଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ସହ ମିଶି ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ପରେ ଘଟଗାଁ ମଣ୍ଡଳର ମୁକୁନ୍ଦପୁରପାଟଣା ଶକ୍ତିକେନ୍ଦ୍ରର ସମସ୍ତ ବୁଥ୍‌ରୁ ଆସିଥିବା ବିଜେପି ସଦସ୍ୟମାନଙ୍କ ସହିତ ଦଳୀୟ ସଂଗଠନକୁ କିପରି ମଝବୁତ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଘରେଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ଅଗଷ୍ଟ ୨ରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଶୁଭରାମ୍ଭ କରିବାକୁ ପରାମର୍ଶ ଦେଇଥିଲେ।

ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପାର୍ଥୀ ପୃଥ୍ବୀରାଜ କୁଅଁରଙ୍କ ସଂଯୋଜନାରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମାହାନ୍ତ ବର୍ମା, ଜିଲ୍ଲା ପ୍ରଭାରୀ ସଂଜୀବ ମହାନ୍ତି, ଜିଲ୍ଲା ସଂଯୋଜକ ଶୁକଦେବ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର, ମହେଶ୍ବର ସାହୁ, ରାଧାକାନ୍ତ ମହାନ୍ତ, ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଘଟଗାଁ ମଣ୍ଡଳ ସଭାପତି ଗୋଲଖ ବଳ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବେଜ, ଜଗବନ୍ଧୁ ସା, ମକରଧ୍ବଜ ବେହେରା, ରୁଦ୍ରପ୍ରସାଦ ବେହେରା, ପ୍ରୀତମ ରୋଶନ ମହାପାତ୍ର, ତପନ ମହାକୁଡ଼, ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ, ସାଧାରଣ ସମ୍ପାଦକ ତ୍ରିନାଥ ମହାରଣା, ପାଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ଇନ୍ଦ୍ରମଣି ମହାନ୍ତ, ପଣ୍ଡାପଡ଼ା ମଣ୍ଡଳ ସାଧାରଣ ସମ୍ପାଦକ ଅମିତ ପ୍ରସାଦ, ହୃଷୀକେଶ  ମହାକୁଡ଼, ଜିଲ୍ଲା କାର୍ଯ୍ୟକରିଣୀ ସଦସ୍ୟ ରାଜେଶ ସିଂ, ଆମର ସିଂ, ଅଖିଳ ପାତ୍ର, ଜୟଦେବ ଗିରି, ସୁମନ୍ତ ସାହୁ, ଜିଲ୍ଲା ସମ୍ପାଦିକା ଯଶସ୍ବିନୀ ବଳ, ଜିଲ୍ଲା ସମ୍ପାଦକ ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe