CDA DAV Public School: ନିଆରା ଉଦାହରଣ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ : ୧୪୨୨ ୟୁନିଟ୍‌ ସଂଗ୍ରହ

ରକ୍ତଦାନ କ୍ଷେତ୍ରରେ ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି କଟକସ୍ଥିତ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ନମିତା ମହାନ୍ତିଙ୍କ ତତ୍ତ୍ବାବଧାନରେ ଏବଂ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ରବିବାର ଏହି ଶିବିରରୁ ରେକର୍ଡ ସଂଖ୍ୟକ ୧୪୨୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି।

ଅଦ୍ୟତନ ହୋଇଛି
ama odisha

Photograph: (ନିଆରା ଉଦାହରଣ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ : ୧୪୨୨ ୟୁନିଟ୍‌ ସଂଗ୍ରହ)

କଟକ: ରକ୍ତଦାନ କ୍ଷେତ୍ରରେ ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି କଟକସ୍ଥିତ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ନମିତା ମହାନ୍ତିଙ୍କ ତତ୍ତ୍ବାବଧାନରେ ଏବଂ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ରବିବାର ଏହି ଶିବିରରୁ ରେକର୍ଡ ସଂଖ୍ୟକ ୧୪୨୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଶିବିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ସିଡିଏ ଡିଏଭି ଚେୟାରମ୍ୟାନ୍‌ ପ୍ରଫେସର ଡ. ଓମ୍‌କାରନାଥ ମହାନ୍ତି, ପ୍ରଫେସର ଡା. ଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଛୋଟଛୋଟ ପିଲାମାନେ ସେମାନଙ୍କ ଅଭିଭାବକଙ୍କୁ ଶିବିରକୁ ରକ୍ତଦାନ କରାଇବାକୁ ଆଣିବା ଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।

fshfhhf

ଡିଏଭି ଶିକ୍ଷାନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବଚନ୍ଦ୍ର ଶତପଥୀ, ରିଜିଓନାଲ୍‌ ଅଫିସର ସୁଜାତା ସାହୁ, କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା, ସ୍କୁଲ୍‌ର ପୁରାତନ ଛାତ୍ର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ବିଭିନ୍ନ ସ୍କୁଲର ପ୍ରିନ୍‌ସିପାଲମାନେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ‌ରେ ‘ସମ୍ବାଦ’ର ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର ରକ୍ତଦାନ କରିଥିଲେ। କଟକ ପୌର ନିଗମ, ଭାରତ ମସଲା, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ, କମିସନରେଟ୍‌ ପୁଲିସ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏଭଳି ଉଲ୍ଲେଖନୀୟ ତଥା ରେକର୍ଡ ସଫଳତା ପାଇଁ ଡିଏଭି ଶିକ୍ଷାନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବଚନ୍ଦ୍ର ଶତପଥୀ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଶୁଭେଚ୍ଛୁ ତଥା ସହଯୋଗୀ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ଏକ ମହତ କାର୍ଯ୍ୟରେ ସାମିଲ ହୋଇ ନୂଆ ଉଦାହରଣ ସୃଷ୍ଟି କରିଥିବାରୁ ସମସ୍ତଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe