ଅନନ୍ୟ ପରମ୍ପରା: ଗୋସାଣୀ ଯାତରେ ବିଦାୟ ନେଲେ ମା’

ଅନନ୍ୟ ପରମ୍ପରା: ଗୋସାଣୀ ଯାତରେ ବିଦାୟ ନେଲେ ମା’

ପୁରୀ: ବାଜା, ବାଣର ରୋସଣିରେ ଫାଟି ପଡ଼ୁଥିଲା ଆଠ ସାହି। ସିଂହଦ୍ବାର ଦେବସଭାରେ ଆସି ସମବେତ ହେଉଥିଲେ ଗୋସାଣୀ। ଶ୍ରୀକ୍ଷେତ୍ରର ଏହି ଅନନ୍ୟ ପରମ୍ପରାରର ବୈଶିଷ୍ଟ୍ୟକୁ ଉପଭୋଗ କରିବାକୁ ସମବେତ ହୋଇଥିଲେ ସହସ୍ରାଧିକ ଭକ୍ତ। ଦୁର୍ଗତିନାଶିନୀ ମା’ ଦୁର୍ଗା ୧୬ ଦିନର ଲୀଳାଖେଳ ସାରି ଧରାପୃଷ୍ଠରୁ ପୁଣିଥରେ ବିଦାୟ ନେଇଛନ୍ତି। ଶ୍ରୀକ୍ଷେତ୍ରର ଅନନ୍ୟ ଗୋସାଣୀ ଯାତ୍ରାରେ ଏକାଠି ହେବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି। ଶ୍ରୀମନ୍ଦିର ସିଂହଦ୍ବାରରେ ବିଭିନ୍ନ ସାହିରୁ ମୃଣ୍ମୟ ମୂର୍ତ୍ତି, ମେଢ଼ ଶୋଭାଯାତ୍ରାରେ ଆସି ସିଂହଦ୍ବାର ଦେବସଭାରେ ଏକତ୍ର ହେବା ପରେ ବିଳମ୍ବିତ ରାତିରେ ଶ୍ରୀସେତୁ ନିକଟ ଅସ୍ଥାୟୀ ପୋଖରୀରେ ବିସର୍ଜନ ହୋଇଛନ୍ତି। ଗତକାଲି ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡ଼ିତ ମା’ କାକୁଡ଼ିଖାଇଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାଯାତ୍ରା ସହକାରେ ବିସର୍ଜନ ପରେ ଆଜି ବିଭିନ୍ନ ପୂଜାମଣ୍ଡପରେ ବିସର୍ଜନ ନୀତି ସହ ଦେବସଭା ଓ ମୂର୍ତ୍ତି ବିସର୍ଜନ ପର୍ବ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟାରୁ ଗୋଟିଏ ପରେ ଗୋଟିଏ ମେଢ଼ ଦେବସଭାରେ ସାମିଲ୍‌ ହେବା ପରେ ବିଳମ୍ବିତ ରାତିରେ ମେଲାଣି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe