ଅଳକା ଦୁର୍ନୀତିକୁ ସାମ୍ନାକୁ ଆଣିଲା ଯୁବ କଂଗ୍ରେସ

Advertisment
ଅଳକା ଦୁର୍ନୀତିକୁ ସାମ୍ନାକୁ ଆଣିଲା ଯୁବ କଂଗ୍ରେସ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍‌ଡିରେ ଥିବା ଅଳକା ତା’ର ଦଖଲରେ ଥିବା ଦୋକାନଗୃହକୁ ବେଆଇନ ଭାବେ ସବ୍‌ଲେଟିଂ କରିଥିବା ନେଇ ଦୁର୍ନୀତି ଅଭିଯୋଗ କରିଛି ଯୁବ କଂଗ୍ରେସ ଲିଗାଲ୍‌ ସେଲ୍‌। ଅଳକା ସବ୍‌ଲେଟିଂ କରି ସିଟି ଷ୍ଟାଇଲ୍‌(ରଙ୍ଗୋଲି)କୁ ଦେଇ ମୁନାଫା ଅର୍ଜନ କରୁଥିବା ଲିଗାଲ୍‌ ସେଲ୍‌ ସଭାପତି ଦେବାଶିଷ ମହାପାତ୍ର କହିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଦ୍ୱାରା ଲିଜ୍‌ ରଦ୍ଦ ଏବଂ ୫(୨) ଯୋଗେ ଏଭିକ୍ସନ୍‌ ଆଦେଶ (କେସ୍‌ନଂ ୩୨୮/୯୩) ଜାରି ହୋଇଛି। ଏହା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆଜି ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏହି ଦୁର୍ନୀତି ନେଇ ଅଭିଯୋଗ ପତ୍ର ବଣ୍ଟନ କରି ଦୁର୍ନୀତିମୂଳକ କାରବାରକୁ ସାମ୍ନାକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe