ୟୁନାଇଟେଡ୍ ବିଲଟ୍ ସେବା ୱାର୍କସ ୟୁନିୟନର ବାର୍ଷିକ ସମାବେଶ: ନୂତନ କର୍ମକର୍ତ୍ତା ଚୟନ

ୟୁନାଇଟେଡ୍ ବିଲଟ୍ ସେବା ୱାର୍କସ ୟୁନିୟନର ବାର୍ଷିକ ସମାବେଶ: ନୂତନ କର୍ମକର୍ତ୍ତା ଚୟନ

ଜୟପୁର:  ଭାରତୀୟ ମଜଦୁର ସଂଘ(ବିଏମଏସ୍) ଅନୁବନ୍ଧିତ ୟୁନାଇଟେଡ୍ ବିଲଟ୍ ସେବା ୱାର୍କସ୍ ୟୁନିୟନର ବାର୍ଷିକ ସମାବେଶ ସଭାପତି କେ.ତିରୁପତି ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମଏସ୍ ର ଜିଲ୍ଲାସଭାପତି ଏ.ଭୀମା ରାଓ, ଜିଲ୍ଲା ସାଧାରଣ ସଂପାଦକ ବିରଚିଂ ଷଡଙ୍ଗୀ, ସନ୍ତୋଷ, ସର୍ବଭାରତୀୟ ଠିକାଦାର ମଜଦୁର ସଂଘର ଉପସଭାପତି ସୁଧାଂଶୁ ପାଢ଼ୀ ପ୍ରମୁଖ ଭାଗ ନେଇ ଶିଳ୍ପର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହିଥିଲେ। ଶ୍ରମିକଙ୍କର ନିଜର ନ୍ୟାର୍ଯ୍ୟ ଅଧିକାର ଦିଲେଇବା ପାଇଁ ବିଏମଏସ୍ ସବୁ ବେଳେ ସହଯୋଗର ହାତ ବଢ଼ାଇ ଆସିଛି ।

ଆଗାମୀ ଦିନରେ ଏହା ଜାରୀ ରହିବ ବୋଲି କହିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ତାରା ପ୍ରସାଦ ପ୍ରଧାନ, ସାଧାରଣସଂପାଦକ ଭାବେ ଜୋହର ଚୌଧୁରୀ, ଯୁଗ୍ମସଂପାଦକ ଭାବେ ସୁଦର୍ଶନ ସେଠୀ, ଭଗବାନ ଚୌଧୁରୀ, ମୀନକେତନ ସେନାପତି, ରବିନ୍ଦ୍ର ରାଉତ, କୋଷାଧ୍ୟକ୍ଷ ଭାବେ ରବି ନାରାୟଣ ସେଠୀ, କାର୍ଯ୍ୟକାରୀ ସଭ୍ୟ ଭାବେ ମୁକ୍ତାର ସିଂ, ଅଶୋକ କୁମାର ମଲ୍ଲୀକ, ମନୋଜ କୁମାର ଦାଶ, ତ୍ରିନାଥ ହନ୍ତାଳ, ଶରତ ଚନ୍ଦ୍ର ସ୍ବାଇଁ, ଅଭୟ କୁମାର ପ୍ରଧାନ, ଉପଦେଷ୍ଟା ଭାବେ ଉମାଚରଣ ପାଣିଗ୍ରାହୀ, ବାଳକୃଷ୍ଣ ପ୍ରଧାନଙ୍କୁ ସର୍ବସମ୍ମତ୍ତିକ୍ରମେ ଚୟନ କରାଯାଇଥିବା ‌ଏକ ପ୍ରେସ ବିଞପ୍ତିରେ ସଭାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe