ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ      

Advertisment
ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ      

ବରଗଡ଼: ହସ୍ତଶିଳ୍ପ ବିକାଶ ଆୟୁକ୍ତ, ବସ୍ତ୍ର ମନ୍ତ୍ରଣାଳୟ, କେନ୍ଦ୍ର ସରକାର ପ୍ରାୟୋଜିତ ଏବଂ ଡୋଭ, ଅନୁଗୋଳ ଦ୍ୱାରା ଆୟୋଜିତ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଜୀରା ନଦୀକୂଳ ନୂତନ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହାର ଉଦ୍‌ଘାଟନ କରିଥିଲେ। ସମାରୋହରେ କେନ୍ଦ୍ର ବସ୍ତ୍ର ମନ୍ତ୍ରଣାଳୟ ବିକାଶ ଆୟୁକ୍ତ  କୁମାରୀ ଶୈଲଜା, ଜିଲ୍ଲା ହସ୍ତଶିଳ୍ପ ବିଭାଗ ବରଗଡ଼ ପୁଷ୍ପରଞ୍ଜନ ସାହୁ, ଡୋଭ ଅନୁଗୁଳର ସଂପାଦକ ଅନୀଲ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଆସନ୍ତା ଜାନୁୟାରି ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସାରା ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଶହେ ଜଣ ନିପୁଣ ଶିଳ୍ପୀ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି। ଚଳିତ ବର୍ଷ କର୍ଣ୍ଣାଟକର କାଠ କାମ, ମହିଶୂରର ଧୂପକାଠି, ମୁର୍ସିଦାବାଦର ପିତ୍ତଳ କାମ, ପଶ୍ଚିମବଙ୍ଗ ଫୁଲ ଓ ଶୀତଳ ପଟି, ରାଜସ୍ଥାନର ଟାଏ ଏବଂ ତାଏ, ଜୁଏଲାରି, ପଞ୍ଜାବର ଯୋତା ସମେତ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଛି। ଉଦ୍‌ଘାଟନୀ ସମାରୋହକୁ ଡୋଭ ଅନୁଗୋଳର ପ୍ରକଳ୍ପ ସଂଯୋଜକ ବିନୟ ସାମଲ, ପୁଞ୍ଜି ପରିଚାଳକ ସଂଗ୍ରାମ କେଶରୀ ନାୟକ ଏବଂ ରବିନ୍ଦ୍ର ସେନାପତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe