Siasat.com
ସମ୍ବଲପୁର: ୬୬ତମ ସର୍ବଭାରତୀୟ ରେଳବାଇ ଟି୨୦ କ୍ରିକେଟ୍ ପ୍ରତିଯୋଗିତା ୨୦୨୨-୨୩ର ପୁଲ୍-ଡି ଲିଗ୍ ପର୍ଯ୍ୟାୟ ଶନିବାରଠାରୁ ସମ୍ବଲପୁରରେ ଆରମ୍ଭ ହେବ। ରେଳ ନଗରସ୍ଥିତ ରେଳବାଇ ଷ୍ଟାଡିୟମ୍ରେ ଖେଳା ଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ପୂର୍ବତଟ ରେଳବାଇ ଦଳ ରେଳ ଚକ କାରଖାନା ବେଙ୍ଗାଲୁରୁକୁ ଭେଟିବ।
ସେହିପରି ଭିଏସ୍ଏସ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ରେ ପୂର୍ବ ରେଳବାଇ କୋଲକାତା ଓ ସମନ୍ବିତ କୋଚ୍ କାରଖାନା ପେରମ୍ବୁର ମଧ୍ୟରେ ମୁକାବିଲା ହେବ। ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ପ୍ରତିଯୋଗିତାକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ନାମେଣ୍ଟରେ ବହୁ ଜାତୀୟ ଓ ପ୍ରଥମ ଶ୍ରେଣୀ ଖେଳାଳିଙ୍କୁ ଆକ୍ସନ୍ରେ ଦେଖିବାକୁ ମିଳିବ। କ୍ରିକେଟ୍ ପ୍ରେମୀମାନେ ବହୁ ସଂଖ୍ୟାରେ ଉଭୟ ଷ୍ଟାଡିୟମ୍ରେ ଉପସ୍ଥିତ ରହିବ ପ୍ରତିଯୋଗିତାର ମଜା ଉଠାଇବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।
Follow Us