ୟୁଜି ନାମଲେଖାରେ ସାମିଲ ହେଉନାହାନ୍ତି ରେଭେନ୍ସା, ଜିଏମ୍‌ ବିଶ୍ବବିଦ୍ୟାଳୟ

Advertisment

ଏବର୍ଷ ବି ପ୍ରସ୍ତାବ ଦେଲା ଉଚ୍ଚଶିକ୍ଷା ବିଭାଗ

ଏବର୍ଷ ବି ପ୍ରସ୍ତାବ ଦେଲା ଉଚ୍ଚଶିକ୍ଷା ବିଭାଗ

ୟୁଜି ନାମଲେଖାରେ ସାମିଲ ହେଉନାହାନ୍ତି ରେଭେନ୍ସା, ଜିଏମ୍‌ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସାମ୍‌ସ ମାଧ୍ୟମରେ ଯୁକ୍ତ ୩ କଲେଜ ତଥା ଡିଗ୍ରି ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ୧୦୨୫ଟି ଶିକ୍ଷାନୁଷ୍ଠାନ ଏହି ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିଲେ ମଧ୍ୟ ୨୦୦୯-୧୦ରୁ ରେଭେନ୍ସା ଓ ଗଙ୍ଗାଧର ମେହେର(ଜିଏମ୍‌) ବିଶ୍ବବିଦ୍ୟାଳୟ ସାମିଲ ହେଉନାହାନ୍ତି। ଏପରିକି ଉଚ୍ଚଶିକ୍ଷା ବିଭାଗ ସେମାନଙ୍କୁ ଏ ସଂକ୍ରାନ୍ତରେ ଦେଇଥିବା ପ୍ରସ୍ତାବକୁ ଟାଳି ଦେଇ ସେମାନେ ନିଜର ସ୍ବତନ୍ତ୍ର ନାମଲେଖା ପ୍ରକ୍ରିୟା ଜାରି ରଖିଛନ୍ତି। ଏହାକୁ ନେଇ ବାରମ୍ବାର ବିବାଦ ମୁଣ୍ଡ ଟେକୁଥିଲେ ହେଁ ଉଚ୍ଚଶିକ୍ଷା ବିଭାଗ ଠୋସ୍ କାର୍ଯ୍ୟାନୁଷ୍ଠାନ ନ ନେଇ ନିରବ ରହିବା ଛାତ୍ରଛାତ୍ରୀ, ଶିକ୍ଷାବିତଙ୍କୁ ବିସ୍ମିତ କରୁଛି।

ଏହାକୁ ବିଚାରକୁ ନେଇ ୨୦୨୨-୨୩ ଶିକ୍ଷାବର୍ଷ ନାମଲେଖାରେ ସାମିଲ ହେବାକୁ ଉଚ୍ଚଶିକ୍ଷା ବିଭାଗ ଉପନିର୍ଦେଶକ ରାଜେଶ କୁମାର ସାହୁ ଆଜି ଉକ୍ତ ଦୁଇ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ପୁଣି ଚିଠି ଲେଖିଛନ୍ତି। କହିଛନ୍ତି, ସାମ୍‌ସ ମଧ୍ୟମରେ ହେଉଥିବା ନାମଲେଖ‌ା ପ୍ରକ୍ରିୟାରେ ବିଭାଗ ଅଧୀନ ୧୦ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ବିଷୟରେ ୨ ଲକ୍ଷ ୫୦ ହଜାର ୧୩୯ ସିଟ୍‌ରେ ନାମ‌ଲେଖା କରାଯାଉଛି। ମାତ୍ର ଆପଣଙ୍କ ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ହେଉ ନାହାନ୍ତି। ଏକକ ଇ-ନାମଲେଖା ପ୍ରକ୍ରିୟା ହେବା ଦ୍ବାରା ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେଉଛନ୍ତି। ଏହାଦ୍ବାରା କେବଳ ସମୟ ବଞ୍ଚୁଛି ଯେ ତାହା ନୁହେଁ, ବରଂ କେନ୍ଦ୍ରୀୟ ସାମ୍‌ସ ପ୍ଲାଟଫର୍ମ ମାଧ୍ୟମରେ ମାନବ ସମ୍ବଳ ଅପଚୟକୁ ରୋକା ଯାଇପାରୁଛି। ତେଣୁ ଆପଣଙ୍କ ଶିକ୍ଷାନୁଷ୍ଠାନକୁ ଏହି ପ୍ରକ୍ରିୟାରେ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe